Latest Odisha News

BREAKING NEWS

ଟି୨୦ ପାୱାର ପ୍ଲେ ନିୟମରେ ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ର ପାୱାର ପ୍ଲେ ନିୟମରେ ଆଇସିସି ସାମାନ୍ୟ ପରିବର୍ତନ କରିଛି । ନୂତନ ନିୟମ ଜୁଲାଇ ୨୦୨୫ରୁ ଲାଗୁ ହେବ । ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ ବାଧାପ୍ରାପ୍ତ ହେଲେ ପରେ ପାୱାର ପ୍ଲେରେ ନୂତନ ନିୟମ ଲାଗୁ ହେବ । ପୂର୍ବରୁ ୬ ଓଭର ପର୍ଯ୍ୟନ୍ତ ପାୱାର ପ୍ଲେ ଓଭର ରହୁଥିଲା । ଏହି ସମୟରେ ୩୦ ୟାର୍ଡ ସର୍କଲ ବାହାରେ ୨ଜଣ ଫିଲ୍ଡର ରହୁଥିଲେ । ମ୍ୟାଚରେ ୩୦ ପ୍ରତିଶତ ଓଭରରେ ୨ ଫିଲ୍ଡର ବାହାରେ ରହୁଥିଲେ । କୌଣସି କାରଣବଶତଃ ମ୍ୟାଚ ବାଧାପ୍ରାପ୍ତ ହେଲେ ଓଭର କମାଯାଉଥିଲା । ସେହି ଅନୁସାରେ ପାୱାର ପ୍ଲେ ଓଭର ଲାଗୁ କରାଯାଉଥିଲା ।

ଉଦାହରଣ ସ୍ୱରୂପ ୮ ଓଭର ମ୍ୟାଚରେ ୨ ଓଭର ପାୱାର ପ୍ଲେ ରହୁଥିଲା । ଯାହାକି ମ୍ୟାଚର ୨୫ ପ୍ରତିଶତ । ଏହା ଦ୍ୱାରା ଟିମର ରଣନୀତି ବାଧାପ୍ରାପ୍ତ ହେଉଥିଲା । ଏବେ ନୂତନ ନିୟମ ଅନୁସାରେ ୮ ଓଭର ମ୍ୟାଚରେ ୨.୨ ଓଭର ପାୱାର ପ୍ଲେ ରହିବ । ଆଇସିସିର ଏହି ନିଷ୍ପତିକୁ ଖେଳାଳିମାନେ ସ୍ୱାଗତ କରିଛନ୍ତି । ଟି୨୦ରେ ଗୋଟିଏ ଦୁଇଟା ବଲ କିମ୍ବା କିଛି ରନ ମ୍ୟାଚର ଗତିପଥ ବଦଳାଇ ଦେଇଥାଏ ।

Comments are closed.