Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା; ତଦନ୍ତରେ ସାମିଲ ହେବେ ICAO ବିଶେଷଜ୍ଞ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ତଦନ୍ତରେ ସାମିଲ ହେବେ ICAOର ଜଣେ ବିଶେଷଜ୍ଞ।

ଜୁନ ୧୨ରେ  ଅହମ୍ମଦାବାଦରୁ ଲଣ୍ଡନ ପାଇଁ ଉଡ଼ାଣ ଭରିବା ସମୟରେ  ଏୟାର ଇଣ୍ଡିଆ ବୋଇଂ ୭୮୭-୮ ବିମାନ ଏକ ମେଡିକାଲ୍ ହଷ୍ଟେଲ୍ କମ୍ପ୍ଲେକ୍ସରେ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୪୧ ଜଣ ଯାତ୍ରୀଙ୍କ ସମେତ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଏତେ ବଡ଼ ଦୁର୍ଘଟଣାରୁ କେବଳ  ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। ବର୍ତ୍ତମାନ୍ ପର୍ଯ୍ୟନ୍ତ ସେହି ଦୁର୍ଘଟଣାର ତଦନ୍ତ ଚାଲିଛି।

ଏହି ଦୁର୍ଘଟଣାର ତଦନ୍ତକୁ ଭାରତ ବିନା କୌଣସି ଦ୍ଵନ୍ଦରେ  ସ୍ୱଚ୍ଛ ଭାବରେ କରିବାକୁ ଚାହୁଁଛି। ତେବେ ବିମାନ ଦୁର୍ଘଟଣାର ତଦନ୍ତ ଚିକାଗୋ କନଭେନସନର ଅନୁବନ୍ଧ ୧୩ ଅନୁଯାୟୀ କରାଯାଇଥାଏ।

 

Comments are closed.