Latest Odisha News

BREAKING NEWS

୬ ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ମୁଣ୍ଡରେ ଥିଲା ୧୦ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ଧିରେ ଧିରେ ଭାଙ୍ଗୁଛି ମାଓଗଡ । ଖରାପ କାମ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ ମାନେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୋଲିସ ନିକରଟରେ ଆଜି ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୬ଜଣ ମାଓବାଦୀଙ୍କ ମଧ୍ୟରୁ ୪ ମାଓବାଦୀ ଓ ଦୁଇ ପୁରୁଷ ମାଓବାଦୀ ରହିଛନ୍ତି ।

ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ନାଁରେ ୧୦ ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଥିଲା । ମାଓବାଦୀଙ୍କ ମଧ୍ୟରୁ ଧନାୟ ହଲାମି ନାଁରେ ୫ ଲକ୍ଷ ପୁରସ୍କାର ଘୋଷିତ ହୋଇଥିବାବେଳେ, ସୁକାୟ ଓରଫ ରୋଶନୀ ପୋୟାମ ନାଁରେ ୧ ଲକ୍ଷ ପୁରସ୍କାର ଘୋଷିତ ଥିଲା, ସେହିପରି ୧ ଲକ୍ଷ ପୁରସ୍କାର ଘୋଷିତ ଦଶମତୀ କେବାଚି, ୧ ଲକ୍ଷ ଇନାମୀ ଚେତରାମ ଉସେଣ୍ଡି ଓରଫ ରୁଷି, ୧ ଲକ୍ଷ ପୁରସ୍କାର ଘୋଷିତ ଗାଙ୍ଗୁ ପୋୟାମ, ଶାରୀ ଓରଫ ଗାଗରି କେବାଚୀ ନାଁରେ ୧ ଲକ୍ଷ ପୁରସ୍କାର ଘୋଷିତ ହୋଇଥିଲା ।

ବର୍ତ୍ତମାନ ଛତିଶଗଡ଼ ସରକାର ଓ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ କୋମ୍ବିଂ ଅପରେଶନ କରି ମାଓବାଦୀଙ୍କ ଉପରେ ଆକ୍ରମଣ କରାଯିବା ସହ ମାଓ ସଂଗଠନର ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହେବା ଫଳରେ ମାଓବାଦୀ ସଂଗଠନ ପ୍ରାୟତଃ ଭୁଶୁଡ଼ି ପଡ଼ିବା ସହ ଏହି ସଂଗଠନରେ ପୂର୍ବ ଆଦର୍ଶ ନ ଥିବା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଥିବାରୁ ଏଥିରେ ଅନୁପ୍ରାଣିତ ହୋଇ ଏହି ୬ ଜଣ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ।

ନାରାୟଣପୁର ପୋଲିସ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି ।

Comments are closed.