ଭୁବନେଶ୍ବର: ଅଧାରେ ରହିଲା କାଳିଆ ଦର୍ଶନ । ଆଜି ଅପରାହ୍ଣରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଚଢ଼ିଗଲା ଆମ ବସ୍ ।
ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରିଥିଲେ ତିନି ଜଣ ଯୁବତୀ। ଶରଧାବାଲିରେ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା କରିଥିଲେ। କିନ୍ତୁ ପିପିଲି ଥାନା ତରାକାଜ ନିକଟରେ ସାମ୍ନାରୁ ଆସୁଥିବା ଏକ ଗାଡ଼ି ତିନି ଯୁବତୀଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଆମ ବସ୍ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣା ପରେ ତୁରନ୍ତ ସ୍ଥାନୀୟ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।
Comments are closed.