Latest Odisha News

BREAKING NEWS

ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ

ଭୁବନେଶ୍ୱର: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ।ମୟୂରଭଞ୍ଜ ପ୍ରଶାସନ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏଥିସହିତ ସୋମବାର ଠାରୁ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ତିନି ଦିନ ପାଇଁ ବନ୍ଦ ରହିଛି।

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସେହିପରି ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏପରିକି ଅନେକ ଗାଁ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ ଚାଲିଛି।

ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ପାଣି ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ ପାଣି ଓଡ଼ିଶା ଆସୁଛି। ଏନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଥିବା ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି। ହେଲେ ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର କମୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏପରିକି ବସ୍ତା, ବାଲିଆପାଳ ପୌରାଞ୍ଚଳ, ରେମୁଣା ସଦର ଭୋଗରାଇ, ଜଳେଶ୍ବରରେ ମଧ୍ୟ ପାଣି ପଶିଛି। ଏନେଇ ଆଗାମୀ ୭ ଦିନ ଯାଏ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ ସେଣ୍ଟରରେ ରଖାଯାଇଛି।

Comments are closed.