Latest Odisha News

BREAKING NEWS

୫ ବସ୍ତା ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦୫ କିଗ୍ରା ଗଞ୍ଜେଇ ସହ ଏକ ଦାମୀ କାର ଜବତ । ଘଟଣାରେ ଜଣକୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ । ଯାଞ୍ଚ ସମୟରେ କାର ଭିତରୁ ୫ଟି ଜରି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଝାରଖଣ୍ଡ ରାଜ୍ୟ ଧାନବାଦ ଜିଲା ନିବାସୀ ରାକେଶ କୁମାର ଗୋପେ (୩୭) ।

ଅବକାରୀ ବିଭାଗ ପକ୍ଷରୁ ଜାରି ସୁଚନା ଅନୁଯାୟୀ, ବେଆଇନ ନିଶା କାରବାର ରୋକିବା ପାଇଁ ଅଇଁଠାପାଲି ଥାନା ଅନ୍ତର୍ଗତ ସିଂହପାଲି ଅଞ୍ଚଳରେ ଚେକିଂ କରାଯାଉଥିଲା । ଏହି ସମୟରେ ଜବତ ହୋଇଛି । ଓଡ଼ିଶାରୁ ଝାରଖଣ୍ଡ ରାଜ୍ୟକୁ ଚାଲାଣ କରାଯାଉଥିଲା ଗଞ୍ଜେଇ ।
ଧରାପଡିବା ପରେ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ଗାଡି ଚାଳକ ତଥା ଚାଲାଣକାରୀ ରାକେଶ କୁମାର ଗୋପେକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

Comments are closed.