ଭୁବନେଶ୍ୱର: ପୁରୀର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ହୋଇଥିବା ଦଳାଚକଟା ଘଟଣାର ବିସ୍ତୃତ ତଦନ୍ତ ପାଇଁ ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ସହାୟତା କରିବେ ଓଏଏସ ଅଧିକାରୀ।
ଏଥିପାଇଁ ବୁଧବାର ଓଡ଼ିଶା ସରକାର ଚାରି ଜଣ ଓଏଏସ ଅଧିକାରୀଙ୍କ ଏକ କମିଟି ଗଠନ କରିଛନ୍ତି। ସେହି ଅଧିକାରୀମାନେ ହେଉଛନ୍ତି- GA ଏବଂ PG ବିଭାଗ, ଇଷ୍ଟେଟ ଯୁଗ୍ମ ନିର୍ଦ୍ଦେଶକ ଏବଂ ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ।
ବିନୟ କୁମାର ଦାଶ, ସରକାରଙ୍କ ଅତିରିକ୍ତ ସଚିବ, H & UD ବିଭାଗ।
ରଶ୍ମି ରଞ୍ଜନ ନାୟକ, ସରକାରଙ୍କ ଅତିରିକ୍ତ ସଚିବ, ଜଳ ସମ୍ପଦ ବିଭାଗ।
ପ୍ରଦୀପ କୁମାର ସାହୁ, ସରକାରଙ୍କ ଅତିରିକ୍ତ ସଚିବ, ପୂର୍ତ୍ତ ବିଭାଗ।
ଜିଏ ଏବଂ ପିଜି ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ୪ ଜଣ ଜୁଲାଇ ୮ ପର୍ଯ୍ୟନ୍ତ ପୁରୀରେ ରହିବେ।
“ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କର ବର୍ତ୍ତମାନର କର୍ତ୍ତବ୍ୟ ସହିତ ଏହି ଦାୟିତ୍ୱ ମଧ୍ୟ ଗ୍ରହଣ କରିବେ। ତଦନ୍ତ ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ ସେମାନଙ୍କୁ ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ସଚିବ, ଯୋଜନା ଏବଂ କନଭରଜେନ୍ସ ବିଭାଗର କାର୍ଯ୍ୟାଳୟରେ ପ୍ରାୟ ଦୁଇ ଘଣ୍ଟା ଉପସ୍ଥିତ ରହିବା ଆବଶ୍ୟକ, ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ତେବେ ଦଳାଚକଟା ଘଟଣା ପରେ ସରକାର ଅନୁ ଗର୍ଗଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ୧ ମାସ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
Comments are closed.