Latest Odisha News

BREAKING NEWS

କ୍ରିକେଟର ନୁହେଁ ଟ୍ରକ ଡ୍ରାଇଭର ହୋଇଥାନ୍ତେ ହରଭଜନ

ଚଣ୍ଡୀଗଡ: ୨୦୦୧ରେ କ୍ରମାଗତ ୧୫ ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆର ବିଜୟ ରଥକୁ ଭାରତ ରୋକିଥିଲା । ହରଭଜନ ସିଂ ଏଥିରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ୱିକେଟ ନେବା ସହ ୩୨ ୱିକେଟ ନେଇଥିଲେ । ୧୯୯୮ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ତେବେ ହରଭଜନ କ୍ରିକେଟର ହେବା ପଛରେ ତାଙ୍କ ବଡ ଭଉଣୀଙ୍କ ବଡ ହାତ ଥିଲା । ବାପାଙ୍କ ମୃତ୍ୟୁ ପରେ ହରଭଜନଙ୍କ ଉପରେ ପରିବାର ଚଳାଇବା ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ସେ ଟ୍ରାକ ଡ୍ରାଇଭିଂ କରି ପରିବା ଚଳାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ମାତ୍ର ଭଉଣୀ ତାଙ୍କୁ କ୍ରିକେଟ ଉପରେ ଧ୍ୟାନ ଦେବାକୁ କହିଥିଲେ ।

୨୦୦୦ ଘରୋଇ କ୍ରିକେଟରେ ୫ ମ୍ୟାଚରେ ୨୮ ୱିକେଟ ନେଇ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଭାରତ ପକ୍ଷରୁ ୧୦୩ ଟେଷ୍ଟ ମ୍ୟାଚ ଖେଳି ୪୧୭ ୱିକେଟ ନେଇଥିଲେ । ସେ ୨ଟି ଶତକ ଓ ୯ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । ୨୩୬ ଦିନିକିଆରେ ୨୬୯ ଏବଂ ୨୮ଟି୨୦ରେ ୨୫ ୱିକେଟ ନେଇଛନ୍ତି । ହରଭଜନଙ୍କ ପରେ ଫିଲ୍ମ ଅଭିନେତ୍ରୀ ଗୀତା ବାସ୍ରାଙ୍କୁ ଭଲ ପାଇଥିଲେ ଏବଂ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Comments are closed.