ବର୍ମିଂହାମ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଇଂଲଣ୍ଡ ଗସ୍ତରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଲୀଡ୍ସ ସେ ଉଭୟ ଇନିଂସରେ ସେ ଶତକ ଏବଂ ଏଜବାଷ୍ଟନରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଇପିଏଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କୁ ଅନେକ ସମାଲୋଚିତ ହେବାକୁ ପଡିଥିଲା । ଏଥିରେ ବ୍ୟତୀବ୍ୟସ୍ତ ହୋଇ ସେ ତାଙ୍କ ମୋବାଇଲରୁ ହ୍ୱାଟସଆପ ମଧ୍ୟ ଡିଲିଟ କରି ଦେଇଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ଟିମ ସହିତ ରହିବା ସତ୍ୱେ ତାଙ୍କୁ ଗୋଟିଏ ବି ମ୍ୟାଚରେ ଖେଳିବାକୁ ସୁଯୋଗ ମିଳି ନ ଥିଲା । ଏବେ ଇଂଲଣ୍ଡ ଗସ୍ତରେ ତାଙ୍କ ପ୍ରଦର୍ଶନ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ଲୋକଙ୍କ ସହ ଯୋଗାଯୋଗ କମାଇବା ପରେ ପନ୍ତ କ୍ରିକେଟରେ ମନୋନିବେଶ କରିଥିଲେ । ସେ ତାଙ୍କ କୋଚ ଦେବେନ୍ଦ୍ର ଶର୍ମାଙ୍କ ସହ ଆଲୋଚନା କରିବା ପରେ କଠିନ ଅଭ୍ୟାସ କରିଥିଲେ । ଶଟ ମାରିବା ବ୍ୟତୀତ ସେ ଡିଫେନ୍ସ ପ୍ରତି ଧ୍ୟାନ ଦେଇଥିଲେ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଉଭୟ ଇନିଂସରେ ଶତକ ମାରି ଅନେକ କୀର୍ତିମାନ ନିଜ ନାମରେ ଲିପିବଦ୍ଧ କରିଥିଲେ । ଚଳିତ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ବାକିଥିବା ୩ଟି ମ୍ୟାଚରେ ମଧ୍ୟ ପ୍ରଶଂସକମାନେ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶାରେ ରହିଛନ୍ତିି ।
Comments are closed.