ନୂଆଦିଲ୍ଲୀ: ଭାରତ ଏକ ରାଫେଲ୍ ଯୁଦ୍ଧ ବିମାନ ହରାଇଛି କିନ୍ତୁ ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଥିଲା। ଏଥିରେ ଶତ୍ରୁର କୌଣସି ଭୂମିକା ନଥିଲା। ଡାସଲ୍ଟ ଆଭିଏସନ୍ ଅଧ୍ୟକ୍ଷ ଏବଂ ସିଇଓ ଏରିକ୍ ଟ୍ରାପିଅର୍ ଏନେଇ ସୂଚନା ଦେଇଛନ୍ତି।
ଫରାସୀ ୱେବସାଇଟ୍ ଏଭିଅନ୍ ଡି ଚାସେରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ଘଟଣା “୧୨,୦୦୦ ମିଟରରୁ ଅଧିକ ଉଚ୍ଚତାରେ ଏକ ଟ୍ରେନିଂ ମିଶନ ସମୟରେ ଘଟିଥିଲା ଯେଉଁଥିରେ କୌଣସି ଶତ୍ରୁର ସମ୍ପୃକ୍ତି କିମ୍ବା ଶତ୍ରୁ ରାଡାରର ହାତ ନଥିଲା”।
ଗତ ମାସରେ ସିଙ୍ଗାପୁରରେ ଶାଙ୍ଗ୍ରି-ଲା ଡାଏଲଗରେ ଭାଷଣ ଦେଇ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ଅନିଲ ଚୌହାନ ସ୍ୱୀକାର କରିଥିଲେ ଯେ ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା କ୍ଷତି ସହିଥିଲା। କିନ୍ତୁ ସେ ରାଫେଲ୍ ସମେତ ଛଅଟି ଭାରତୀୟ ଜେଟ୍ ଖସାଇ ଦେବାର ପାକିସ୍ତାନର ଦାବିକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଥିଲେ। ଏପରିକି ସେ ଏହାକୁ “ସମ୍ପୂର୍ଣ୍ଣ ମିଥ୍ୟା” ବୋଲି କହିଥିଲେ।
Comments are closed.