Latest Odisha News

BREAKING NEWS

ମୁଁ ଗୌରୀଙ୍କୁ ବିବାହ କରିସାରିଛି: ଆମିର ଖାନ 

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରହୁଛନ୍ତି।

କିଛି ଦିନ ପୂର୍ବରୁ ସେ ତାଙ୍କ ଜନ୍ମ ଦିନରେ ପ୍ରେମିକା ଗୌରୀଙ୍କୁ ସମସ୍ତଙ୍କ ସାମ୍ନାରେ ପରିଚୟ କରାଇଥିଲେ। ସେବେଠାରୁ ଗୌରୀଙ୍କୁ ଆମିରଙ୍କ ସହ ସବୁଠିି ଦେଖିବାକୁ ମିଳୁଥିଲା। ତେବେ ନିକଟରେ ଏକ ସାକ୍ଷାତକାର ରେ ପ୍ରେମିକା ଗୌରୀଙ୍କୁ ବିବାହ କରିସାରିଥିବା ଆମିର୍ କହିଛନ୍ତି।

ତେବେ ଏହା ତାଙ୍କର ତୃତୀୟ ବିବାହ ଅଟେ। ସେ ପ୍ରଥମେ ରୀନା ଦତ୍ତାଙ୍କ ସହ ବିବାହ କରିଥିଲେ। ପରେ ରୀନାଙ୍କୁ ଛାଡପତ୍ର ଦେବା ପରେ ଆମିର କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବର୍ତ୍ତମାନ୍ କିରଣଙ୍କୁ ଛାଡପତ୍ର ଦେଇ ସେ ଗୌରୀଙ୍କୁ ଡେଟ୍ କରୁଛନ୍ତି।

ଦୁହେଁ ସାଥୀ ହୋଇ ବର୍ତ୍ତମାନ୍ ଏକାଠି ରହୁଥିବା ରିପୋର୍ଟରୁ ଜଣାପଡ଼ିଛି। ବିବାହକୁ ନେଇ ସେ କହିଥିଲେ ଯେ ମୁଁ ଗୌରୀଙ୍କୁ ନିଜ ହୃଦୟରୁ ବିବାହ କରିସାରିଛି। ଆମେ ଆନୁଷ୍ଠାନିକ ଭାବେ ବିବାହ କରିବୁକି ନାହିଁ ତାହା ସମୟ ସହ ସମସ୍ତଙ୍କୁ ଅବଗତ କରାଯିବା ନେଇ ସେ କହିଛନ୍ତି।

ଆମିର ଖାନଙ୍କ ସିତାରେ ଜମିନ୍ ପର ଜୁନ୍ ୨୦ ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଯେଉଁଥିରେ ଆମିରଙ୍କ ସହ ଜେନେଲିଆ ଡିସୁଜା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ କରିଛି।

 

Comments are closed.