Latest Odisha News

BREAKING NEWS

ଫିଲ୍ମ ‘ଅନନ୍ତା’ ଦେଖିବେ ଡିଏଭି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାରା ଓଡିଶାରେ ଥିବା ୬୩ ଡିଏଭି ସ୍କୁଲର ୭୫୦୦୦ ଇଂରାଜୀ ମିଡିୟମ ଛାତ୍ରଛାତ୍ରୀଙ୍କୁ ଅନନ୍ତା ଦେଖାଇବାକୁ ସର୍କୁଲାର ଜାରି କରିଛନ୍ତି ଡିଏଭି ସ୍କୁଲ ନେଟୱର୍କର ରିଜିଓନାଲ ଡାଇରେକ୍ଟୋର DR K C Satapathy।

ଅନନ୍ତା ସିନେମାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟ ଓ ଓଡ଼ିଆ ସଂସ୍କୃତିର ପୁରୁଣା କଥା ଆଜିର ପିଲାଙ୍କ ପାଖରେ ପହଞ୍ଚିବା ପାଇଁ ଏହିପରି ଏକ ଉଦ୍ୟମ କରିଥିବା ସେ ପ୍ରକାଶ କରିଛନ୍ତି। ପିଲାମାନେ ସିନେମା ଦେଖି ସାରିଲା ପରେ ସିନେମାରୁ କଣ ଶିଖିଲେ ନିଜେ ଲେଖି ତାକୁ ନିଜ କ୍ଲାସ ଟିଚରଙ୍କ ପାଖେ ସବମିଟ କରିବାକୁ ସର୍କୁଲାରରେ ଲେଖା ଯାଇଛି। ଡିଏଭି ତରଫରୁ ଶ୍ରେଷ୍ଠ ପାଞ୍ଚଟି ଲେଖାକୁ ଆଗାମୀ ଅଗଷ୍ଟ ମାସରେ ଭାରତର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏକ ଭବ୍ୟ ସଭାରେ ପୁରସ୍କୃତ କରାଯିବା ସହ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରଙ୍କୁ ଅନନ୍ତା ଚଳଚ୍ଚିତ୍ର ଟିମ୍ ତରଫରୁ Cultural Ambassador award ପ୍ରଦାନ କରାଯିବ।

ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସରେ ଏକ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି। ଆହୁରି ମଧ୍ୟ ଅନନ୍ତା ସିନେମାର ପୁରା ଟିମ୍ ପାଇଁ ଏହା ଏକ ବିରଳ ଓ ଆନନ୍ଦଦାୟକ ମୁହୂର୍ତ୍ତ ବୋଲି କୁହାଯାଇଛି।

Comments are closed.