Latest Odisha News

BREAKING NEWS

ଡ୍ରାଇଭର ମହାସଂଘର ପ୍ରତିବାଦ; ପେଟ୍ରୋଲ ପମ୍ପରେ ଜମୁଛି ଲୋକଙ୍କ ଭିଡ଼

ଭୁବନେଶ୍ୱର: ଓଡିଶାର ବିଭିନ୍ନ ପେଟ୍ରୋଲ ପମ୍ପ ବାହାରେ ଗୁରୁବାର ଦିନ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। କାରଣ ଓଡ଼ିଶା ଡ୍ରାଇଭର ମହାସଂଘର ପ୍ରତିବାଦ ଯୋଗୁଁ ସାରା ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ତୃତୀୟ ଦିନରେ ପହଞ୍ଚିଥିବା ଏହି ଷ୍ଟ୍ରାଇକ ଯୋଗୁ ପାରାଦୀପ, ବାଲେଶ୍ୱର, ଜଟଣୀ ଏବଂ ଝାରସୁଗୁଡ଼ାର ପ୍ରମୁଖ ଡିପୋରୁ ଇନ୍ଧନ ପରିବହନ ବନ୍ଦ ହୋଇଯାଇଛି। ଫଳରେ ଫିଲିଂ ଷ୍ଟେସନଗୁଡ଼ିକ ସେମାନଙ୍କର ଷ୍ଟକ୍ ପୂରଣ କରିପାରିନାହାନ୍ତି। ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ଯେ, “ପେଟ୍ରୋଲ୍ ପମ୍ପଗୁଡ଼ିକ ସାଧାରଣତଃ ତିନିରୁ ଚାରି ଦିନ ପାଇଁ ଷ୍ଟକ୍ ରଖନ୍ତି କିନ୍ତୁ ଡ୍ରାଇଭରମାନଙ୍କ ଧର୍ମଘଟ ଯୋଗୁଁ ୪୮ ଘଣ୍ଟା ଧରି ଯୋଗାଣ ବାଧାପ୍ରାପ୍ତ ହୋଇଛି।

 

Comments are closed.