ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କ ବିରୋଧରେ ବାହାରିଛି ରାଜ୍ୟ ମହିଳା ବିଜେଡି । ସୁକାନ୍ତଙ୍କୁ ଗିରଫ ଦାବି କରି ରାଜ୍ୟ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କୁ ମନଇଛା ଶୁଣାଇଛନ୍ତି । ସୁକାନ୍ତଙ୍କୁ ବିରୋଧ କରି ରାଜମହଲ ଛକରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ବାହାରିଥିଲା । ମହିଳାମାନେ ରାଲି କରି ନୀଳଗିରି ବିଧାୟକ ସୁକାନ୍ତ ଖଟୁଆଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । କିଛିଦିନ ତଳେ ବାଲେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାଦରଙ୍କୁ ନୀଳଗିରି ବିଧାୟକ ସୁକାନ୍ତ ଖଟୁଆ ଗଣମାଧ୍ୟମରେ ଅଶାଳୀନ ବ୍ୟବହାର କରିଥିଲେ । ଏହାର ପ୍ରତିବାଦରେ ବିଜେଡି ମହିଳା କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ରାସ୍ତାକୁ ଓହ୍ଲାଇଥିଲେ । ରାଜମହଲରୁ ମହିଳାମାନେ ଶୋଭାଯାତ୍ରା କରି ମାଷ୍ଟରକ୍ୟାଂଟିନ ଛକରେ ସୁକାନ୍ତ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଶୋଭାଯାତ୍ରାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ତୁରନ୍ତ ସୁକାନ୍ତ ଖଟୁଆଙ୍କୁ ଗିରଫ କରାଯାଉ ବୋଲି ବିଜେଡି ତରଫରୁ ଦାବି କରାଯାଇଥିଲା । ସୁକାନ୍ତଙ୍କୁ ଗିରଫ ସହ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ କୁହାଯାଉ ବୋଲି ବିଜେଡି ନେତ୍ରୀମାନେ କହିଥିଲେ । ଯଦି ପ୍ରଶାସନ ଏଥିରେ ଅବହେଳା କରେ ତେବେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି ।
BREAKING NEWS
- ପାକିସ୍ତାନୀ ସେନା ପାଇଁ ବଢ଼ିଲା ଚିନ୍ତା : ବିଏଲ୍ଏ କବଜାରେ ପାକର ଏହି ଅଞ୍ଚଳ
- ୧୦୦ ବର୍ଷ ପରେ ମିଳିଲା ନୂଆ ବିଲେଇ ପ୍ରଜାତିର ସନ୍ଧାନ
- ଏସୀୟ କ୍ରୀଡ଼ା ୨୦୨୬: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଜର୍ସି, ରହିବା ସମସ୍ୟାର ସମାଧାନ
- ୱେଷ୍ଟଇଣ୍ଡିଜ୍ ସିରିଜ୍: ୱାଶିଂଟନ୍ ସୁନ୍ଦରଙ୍କୁ ନେଇ ଲକ୍ଷ୍ମଣ, ଗମ୍ଭୀର ଓ ଗିଲ୍ଙ୍କ ମଧ୍ୟରେ ମତଭେଦ
- Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ
- ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି
- ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ହ୍ୱାଟ୍ସଆପ୍ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା ଘୁଞ୍ଚିଲା
- ମାତ୍ରାଧିକ ଚା’ ପିଉଥିଲେ ସାବଧାନ! ଗଳା କର୍କଟର ଆଶଙ୍କା ବଢ଼ିପାରେ ବୋଲି ସତର୍କ କଲେ ବୈଜ୍ଞାନିକ

Comments are closed.