Latest Odisha News

BREAKING NEWS

ବାଲେଶ୍ୱରରେ ଭାଙ୍ଗିଲା ନିର୍ମାଣଧିନ ରେଲୱେ ଓଭରବ୍ରିଜ୍; ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ରେଲୱେ କ୍ରସିଂ ନିକଟରେ ଥିବା ଏକ ନିର୍ମାଣଧିନ ଓଭରବ୍ରିଜ ରବିବାର ଦିନ କୌଣସିକାରଣବଶତଃ ଭାଙ୍ଗିଯିବାରୁ ରେଳଧାରଣା ଉପରେ ପଡିଯାଇଥିଲା । ଫଳରେ ଟ୍ରେନ୍ ଚଳାଳଚ ବାଧାପ୍ରାପ୍ତ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ଏହି ଘଟଣା ସେତେବେଳେ ଘଟିଲା, ଯେତେବେଳେ ଓଭରବ୍ରିଜରେ ୬ଟି ବିମ୍ ମଧ୍ୟରୁ ଶେଷ ବିମ୍ ଖଞ୍ଜା ଯାଉଥିବାବେଳେ ଏହା ଖସିପଡିଥିଲା । ଏହି ଘଟଣାରେ କୌଣସି ମୃତାହତ ସୂଚନା ମିଳିନାହିଁ ।

ଏହି ଦୁର୍ଘଟଣା ଫଳରେ ଉକ୍ତ ଅଞ୍ଚଳ ଦେଇ ଯାଇଥିବା ବିଦ୍ୟୁତ୍ ତାର ମଧ୍ୟ ଛିଡି ଯାଇଛି ।

ଖବର ପାଇ ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥି ବା ବେଳେ ଏନେଇ ଅଧିକ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.