Latest Odisha News

BREAKING NEWS

ସୂର୍ଯ୍ୟମନ୍ଦିର ପ୍ରସ୍ତରର କଳା ଆସ୍ତରଣ ନମୁନା ସଂଗ୍ରହ କଲେ ବିଶେଷଜ୍ଞ ଦଳ

କୋଣାର୍କ: ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନେଇ ତପ୍ତରତା ଦେଖାଇଛନ୍ତି । ଆଇଆଇଏମଡି ଓ ଖଣିଜ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନର ୮ଜଣିଆ ବିଶେଷଜ୍ଞ ଦଳ କୋଣାର୍କ ସୂର୍ଯ୍ୟମନ୍ଦିରରେ ଅନୁଧ୍ୟାନ କରିଛନ୍ତି ।

ଏହି ଦଳ ନାଟ୍ୟ ମନ୍ଦିର, ଜଗମୋହନ, ଗର୍ଭଗୃହ, ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵ ବୁଲି ଦେଖିଥିଲେ । ଫଟୋ ଉତ୍ତୋଳନ କରିଥିଲେ । ଏଥି ସହିତ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରସ୍ତରରେ ରହିଥିବା କଳା ଆସ୍ତରଣର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

ସୂଚନାଥାଉକି, ଖୁବଶୀଘ୍ର ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରସ୍ତର ପ୍ରତି ବିଶେଷ ଧ୍ୟାନ ଦିଆଯିବ ଓ ଏହି କଳା ଆସ୍ତରଣ ସଫା କରାଯିବ ।

ଖବରମୁତାବକ, ବିଶେଷଜ୍ଞ ଦଳଙ୍କ ସହିତ ପୁରୀ ସର୍କଲ ସୁପରିଟେଣ୍ଡେଟ ପ୍ରମୁଖ ଉପସ୍ଥିତ ଥିଲେ। ଗତ ମେ ୨୪ତାରିଖରେ ଏଏସଆଇ ଡିଜିଙ୍କ ସମେତ ୧୫ଜଣିଆ ବିଶେଷଜ୍ଞ ଟିମ୍ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା, ମନ୍ଦିର ସଂରକ୍ଷଣ ସମୀକ୍ଷା କରିଥିଲେ।

 

 

Comments are closed.