ଲଣ୍ଡନ: ଲର୍ଡସରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଉଭୟ ଟିମ ପ୍ରଥମ ଇନିଂସରେ ସମାନ ସ୍କୋର କରିଛନ୍ତି । ଟେଷ୍ଟ କ୍ରିକେଟରେ ଓଭରାଲ ୯ ଥର ଏ ଭଳି ସଂଯୋଗ ସୃଷ୍ଟି ହୋଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୮୭ ରନ ଜବାବରେ ଇଂଲଣ୍ଡ ସମାନ ସ୍କୋର କରି ଅଲଆଉଟ ହୋଇ ଯାଇଥିଲା । ୧୯୧୦ରେ ଡର୍ବାନରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ ଉଭୟ ଟିମ ୧୯୯ ରନ କରିଥିଲେ । ଏହା ପରେ ୧୯୫୮ରେ ଭାରତ ଓ ୱେଷ୍ଟଇଣ୍ଡିଜ କାନପୁରରେ ୨୨୨ ରନ କରିଥିଲେ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୧୯୭୩ରେ ଅକଲାଣ୍ଡରେ ୪୦୨ ରନ କରିଥିଲେ । ସେହି ବର୍ଷ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟରେ କିଙ୍ଗଷ୍ଟନରେ ଖେଳାଯାଇଥିବା ମୁକାବିଲାରେ ଦୁଇଟି ଯାକ ଟିମ ୪୨୮ ରନର ସମାନ ସ୍କୋର କରିଥିଲେ ।
୧୯୮୬ରେ ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୦ ରନ କରିଥିଲେ । ୧୯୯୪ରେ ସେଂଟ ଜୋନ୍ସରେ ଖେଳା ଯାଇଥିବା ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମ୍ୟାଚରେ ଉଭୟ ଟିମ ୫୯୩ ଲେଖାଏଁ ରନ ପ୍ରଥମ ଇନିଂସରେ ସଂଗ୍ରହ କରିଥିଲେ । ୨୦୦୩ରେ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ସେଂଟ ଜୋନ୍ସରେ ୨୪୦, ୨୦୧୫ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଲୀଡ୍ସରେ ୩୫୦ ଓ ଏବେ ଭାରତ-ଇଂଲଣ୍ଡ ଲର୍ଡସରେ ୩୮୭ ଲେଖାଏଁ ରନ ସଂଗ୍ରହ କରିଛନ୍ତି ।
Comments are closed.