Latest Odisha News

BREAKING NEWS

ଯୌତୁକ ପାଇଁ ବୋହୂକୁ ପୋଡିଦେଲେ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଯୌତୁକ ପାଇଁ ବୋହୂକୁ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ବିବାହ ହୋଇଥିଲା । ପ୍ରଥମେ ସବୁକିଛି ଠିକ ଚାଲିଥିଲା । ହେଲେ ବାହାଘରର କେତେଦିନ ପରେ ନିର୍ଯାତନା ଆରମ୍ଭ ହୋଇଥିଲା । ଯୌତୁକ ଆଣିବା ପାଇଁ ବୋହୂକୁ ବାଧ୍ୟ କରାଯାଇଥିଲା । ସେ ଟଙ୍କା ଆଣିନପାରିବାରୁ ତାଙ୍କୁ ପେଟ୍ରୋଲ ଲଗାଇ ନିଆଁ ଲଗାଯାଇଥିଲା ବୋଲି ପୀଡିତାଙ୍କ ପିରବାର ଲୋକେ କହିଛନ୍ତି । ବର୍ତ୍ତମାନ ପୀଡିତାଙ୍କ ଶରୀରର ୪୦ ପ୍ରତିଶତ ପୋଡି ଯାଇଥିବା ବେଳେ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସ୍ଥିତି ସାଙ୍ଘାତିକ ହେବାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତୁରନ୍ତ ଏହି ଘଟଣାରେ ତଦନ୍ତ କରାଯାଇ ଦୋଷୀମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ସାମାନ୍ୟ କେତଟା ଟଙ୍କା ପାଇଁ ଏଭଳି ପୋଡିଦେବା ଅମାନବୀୟ ଘଟଣା । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡଦେବା ପାଇଁ ଦାବି ହୋଇଛି ।

Comments are closed.