Latest Odisha News

BREAKING NEWS

ହସ୍ପିଟାଲ୍ ବିଲ୍‌ଡିଂରୁ ଡେଇଁ ରୋଗୀ ଗୁରୁତର; କାରଣ ଅସ୍ପଷ୍ଟ

ବଲାଙ୍ଗିର: ହସ୍ପିଟାଲ ବିଲ୍‌ଡିଂରୁ ଡେଇଁ ରୋଗୀ ଗୁରୁତର। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକ ମିଳିଛି । ରୋଗୀ ଜଣକ ମେଡିସିନ୍ ଓ୍ବାର୍ଡର ଦ୍ଵିତୀୟ ମହଲାରୁ ଡେଇଁ ଗୁରୁତର ହୋଇଛନ୍ତି। ଏପଟେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ଗୁରୁତର ରୋଗୀ ଜଣକ ପୂର୍ଣ୍ଣଚନ୍ଦ୍ର ସାହୁ ।

ସୂଚନାମୁତାବକ, ପୂର୍ଣ୍ଣଚନ୍ଦ୍ର ଗତ ୧୨ ତାରିଖ ଦିନ ମେଡିସିନ୍ ଓ୍ବାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସୋମବାର ଦିନ ରୋଗୀ ଜଣଙ୍କ ହଠାତ୍‌ ମେଡିକାଲ ୨ୟ ମହଲା ବିଲଡିଂ ଛାତରୁ ଡେଇଁପଡିଥିଲେ । ତେବେ ବର୍ତ୍ତମାନ ଯାଏଁ କେଉଁ କାରଣ ପାଇଁ ଛାତରୁ ଡେଇଁଲେ । ତାହା ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି ।

Comments are closed.