Latest Odisha News

BREAKING NEWS

‘ଆମ ବସ’ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

କଟକ: କଟକ ମହାନଦୀ ବିହାର ଅଞ୍ଚଳରେ କିଛି ଦୁର୍ବୃତ୍ତ ଆମ ବସର ଜଣେ କ୍ୟାପ୍ଟେନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୨ ଗିରଫ ହୋଇଛନ୍ତି।

ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ଅନୁଯାୟୀ, ତିନି ଜଣ ବ୍ୟକ୍ତି ନିର୍ମମ ଭାବେ ଆକ୍ରମଣ କରିବା ଯୋଗୁ ବସ୍ କ୍ୟାପ୍ଟେନ୍ ଗୁରୁତର ଆହତ ହୋଇଥିଲେ। ଘଟଣାର ନିନ୍ଦା କରି କ୍ରୁଟ ‘X’ରେ ଏକ ପୋଷ୍ଟରେ କହିଛି ଯେ ଆମ ବସ୍ କ୍ୟାପ୍ଟେନ୍ ସତ୍ୟପ୍ରକାଶ ସ୍ୱାଇଁ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତେବେ ତିନି ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏକ FIR ମଧ୍ୟ ଦାୟର କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସତ୍ୟପ୍ରକାଶଙ୍କ ଉପରେ ଆକ୍ରମଣର ଦୁଇ ଦିନ ପୂର୍ବରୁ ରୁଟ୍ ୧୯ରେ ବସ୍ କର୍ମଚାରୀ ଜଣେ ଯାତ୍ରୀଙ୍କୁ ମାଡ଼ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ଫଳରେ କ୍ରୁଟ ବିବାଦ ଘେରକୁ ଆସିଥିଲା। ଏହି ଘଟଣା ପରେ କ୍ରୁଟ ବସ୍ କ୍ୟାପ୍ଟେନ୍ ଏବଂ ଗାଇଡ୍ ଉଭୟଙ୍କୁ ନିଲମ୍ବିତ କରିଥିଲା।

 

Comments are closed.