Latest Odisha News

BREAKING NEWS

୧୦୦ ବର୍ଷ ପୂର୍ବେ କେତେ ଥିଲେ ମୁସଲମାାନ? ଜାଣନ୍ତୁ ଏବେ କେତେ ବଢ଼ିଛାଇଛି ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ ମୁସଲମାନ ଜନସଂଖ୍ୟା ନିରନ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆକଳନ ବାରମ୍ବାର ସାମ୍ନାକୁ ଆସିଛି। ଆକଳନ ଅନୁଯାୟୀ, ଯଦି ଏହି ଧାରା ଜାରି ରହେ, ତେବେ ୨୦୫୦ ସୁଦ୍ଧା ବିଶ୍ୱରେ ମୁସଲମାନ ଓ ଖ୍ରୀଷ୍ଟିଆନ ଜନସଂଖ୍ୟା ପ୍ରାୟ ସମାନ ହୋଇପାରେ। ଏତିକି ନୁହେଁ, ୨୦୭୦ ସୁଦ୍ଧା ମୁସଲମାନ ଜନସଂଖ୍ୟା ଏତେ ବୃଦ୍ଧି ପାଇବ ଯେ ଏହା ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ମଧ୍ୟ ପଛରେ ପକାଇ ଦେଇପାରେ। ଏହି ପରିବର୍ତ୍ତନ କେବଳ ଆକଳନରେ ସୀମିତ ନୁହେଁ, ବରଂ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଦୃଷ୍ଟିରୁ ମଧ୍ୟ ବିଶ୍ୱକୁ ବହୁତ ପ୍ରଭାବିତ କରିବ। ପିଉ ରିସର୍ଚ ସେଣ୍ଟରର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୧୦ରୁ ୨୦୨୦ ମଧ୍ୟରେ ମୁସଲମାନ ଜନସଂଖ୍ୟା ୩୪.୭ କୋଟି ବୃଦ୍ଧି ପାଇ ୧୯୪.୬ କୋଟିକୁ ପହଞ୍ଚିଛି। ଏହା ସହିତ ବିଶ୍ୱରେ ମୁସଲମାନ ସମୁଦାୟର ଅଂଶ ୨୫.୬ ପ୍ରତିଶତ ହୋଇଛି। ଏହା ତ ବର୍ତ୍ତମାନର ଆକଳନ, କିନ୍ତୁ ଆପଣ ଜାଣନ୍ତି କି ୧୦୦ ବର୍ଷ ପୂର୍ବେ ବିଶ୍ୱରେ ମୁସଲମାନଙ୍କ ଜନସଂଖ୍ୟା କେତେ ଥିଲା ଓ ଏବେ ଏହା କେତେ ବୃଦ୍ଧି ପାଇଛି? ଆସନ୍ତୁ ଜାଣିବା…

୧୦୦ ବର୍ଷ ପୂର୍ବେ ଇସଲାମିକ ଜନସଂଖ୍ୟା
ଆଜଠାରୁ ୧୦୦ ବର୍ଷ ପୂର୍ବେ, ଅର୍ଥାତ୍ ୧୯୨୫ରେ, ବିଶ୍ୱରେ ମୁସଲମାନଙ୍କ ଜନସଂଖ୍ୟା ଥିଲା, କିନ୍ତୁ ବର୍ତ୍ତମାନ ତୁଳନାରେ ଏତେ ବୃହତ ସଂଖ୍ୟାରେ ନଥିଲା। ସେତେବେଳେ ମୁସଲମାନଙ୍କ ଜନସଂଖ୍ୟା ପ୍ରାୟ ୨୦୦ ମିଲିୟନ (୨୦ କୋଟି) ଥିଲା, ଯାହା ସେତେବେଳେ ମୋଟ ଜନସଂଖ୍ୟାର ପ୍ରାୟ ୧୨ ପ୍ରତିଶତ ଥିଲା। ତେବେ ୨୦୨୫ ସୁଦ୍ଧା ଏହି ସଂଖ୍ୟା ୨ ବିଲିୟନ (୨୦୦ କୋଟି)ରୁ ଅଧିକ ହୋଇଛି, ଯାହା ରିପୋର୍ଟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ। ୧୯୨୫ରେ ବିଶ୍ୱ ଜନସଂଖ୍ୟା ପ୍ରାୟ ୨ ବିଲିୟନ ଥିଲା, ଆଉ ଏବେ ୨୦୨୫ରେ ଏହା ୮ ବିଲିୟନରୁ ଅଧିକ ହୋଇଛି। ରିପୋର୍ଟ ଅନୁସାରେ, ଗତ ୧୦୦ ବର୍ଷରେ ବିଶ୍ୱ ଜନସଂଖ୍ୟା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି, କିନ୍ତୁ ମୁସଲମାନ ଜନସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇଛି।

 ମୁସଲମାନ ଜନସଂଖ୍ୟାର ଦ୍ରୁତ ବୃଦ୍ଧି
୧୯୫୧ର ଜନଗଣନା ଅନୁଯାୟୀ, ଭାରତରେ ମୁସଲମାନଙ୍କ ଜନସଂଖ୍ୟା ୩୫.୪ ମିଲିୟନ (୩.୫୪ କୋଟି) ଥିଲା, ଯାହା ମୋଟ ଜନସଂଖ୍ୟାର ୯.୮ ପ୍ରତିଶତ ଥିଲା। ୨୦୨୦ର ଜନଗଣନା ଅନୁସାରେ, କେବଳ ଭାରତରେ ମୁସଲମାନଙ୍କ ଜନସଂଖ୍ୟା ୧୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଯେଉଁ ହାରରେ ଇସଲାମିକ ଜନସଂଖ୍ୟା ବଢ଼ୁଛି, ତାହା ଅନୁଯାୟୀ ଅନୁମାନ କରାଯାଉଛି ଯେ ୨୦୬୦ ସୁଦ୍ଧା ଏହା ୭୦ ପ୍ରତିଶତ ବୃଦ୍ଧି ପାଇବ। ଅନ୍ୟ ଧାର୍ମିକ ସମୁଦାୟ ତୁଳନାରେ ମୁସଲମାନଙ୍କ ମଧ୍ୟରେ ଯୁବବର୍ଗର ସଂଖ୍ୟା ଅଧିକ ଏବଂ ଇସଲାମରେ ପ୍ରଜନନ ହାର ମଧ୍ୟ ଅଧିକ, ଯାହା ଏହି ଦ୍ରୁତ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ। ପିଉ ରିସର୍ଚ ସେଣ୍ଟରର ରିପୋର୍ଟ ଅନୁଯାୟୀ, ୨୦୧୦ରୁ ୨୦୨୦ ମଧ୍ୟରେ ପ୍ରତି ମୁସଲମାନ ମହିଳାଙ୍କର ହାରାହାରି ତିନିରୁ ଅଧିକ ସନ୍ତାନ ଅଛନ୍ତି। ବିଶ୍ୱ ମୁସଲମାନ ଜନସଂଖ୍ୟାର ୩୩ ପ୍ରତିଶତ ୧୪ ବର୍ଷରୁ କମ ବୟସର, ଯାହା ଅନ୍ୟ ଯେ କୌଣସି ଧର୍ମଠାରୁ ଅଧିକ। ଏତିକି ନୁହେଁ, ଆମେରିକାରେ ମୁସଲମାନଙ୍କ ପ୍ରବାସ ଏତେ ଦ୍ରୁତ ଗତିରେ ହେଉଛି ଯେ ୨୦୩୦ ସୁଦ୍ଧା ସେଠାରେ ୬.୨ ମିଲିୟନ ମୁସଲମାନ ହେବେ ଏବଂ ୨୦୫୦ ସୁଦ୍ଧା ଏହି ସଂଖ୍ୟା ୮.୧ ମିଲିୟନକୁ ବୃଦ୍ଧି ପାଇବ। ଏହି ଆକଳନ ବିଶ୍ୱ ଜନସଂଖ୍ୟାର ବିବିଧତା ଓ ତା’ର ଭବିଷ୍ୟତ ପ୍ରଭାବକୁ ସୂଚାଇଛି। ମୁସଲମାନ ଜନସଂଖ୍ୟାର ଏହି ଦ୍ରୁତ ବୃଦ୍ଧି ସାମାଜିକ ଓ ରାଜନୈତିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।

 

Comments are closed.