ଭୁବନେଶ୍ୱର: ରାୟଗଡା ୟାର୍ଡରେ ଆଜି ସକାଳେ ଏକ ପୁସ୍ ଟ୍ରଲିର ଛତା ଏକ ମାଲବାହୀ ଟ୍ରେନର ଚଳନ୍ତା ୱାଗନରେ ଫସିଯିବା ଫଳରେ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଟ୍ରଲିଟି ୟାର୍ଡରେ ଲାଇନ୍ ନମ୍ବର ୪ ଏବଂ ୫ ମଧ୍ୟରେ ଥିଲା। ଦୁର୍ଭାଗ୍ୟବଶତଃ ଏହି ଘଟଣାରେ ଜଣେ ଠିକା ଶ୍ରମିକ ମାଲବାହୀ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ଜଣେ ଶ୍ରମିକ ଏବଂ ଜଣେ ଟ୍ରଲି ମେନ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି।
ଅପରପକ୍ଷରେ ଘଟଣାର ତଦନ୍ତ ପାଇଁ ବରିଷ୍ଠ ରେଳ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
Comments are closed.