Latest Odisha News

BREAKING NEWS

୪ର୍ଥ ଟେଷ୍ଟରେ ବୁମରାହ ଖେଳିବେ କି ନାହିଁ ହେଲା ସ୍ପଷ୍ଟ

ମାଂଚେଷ୍ଟର: ଜୁଲାଇ ୨୩ରୁ ମାଂଚେଷ୍ଟରର ଓଲ୍ଡ ଟ୍ରାଫେଡରେ ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଏବେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଭାରତ ପାଇଁ ଏହି ମ୍ୟାଚ ଜିତିବା ଜରୁରୀ ହୋଇ ପଡିଛି । ଟିମ ଇଣ୍ଡିଆର ମୂଖ୍ୟ ଷ୍ଟ୍ରାଇକ ବୋଲର ଯଶପ୍ରୀତ ବୁମରାହ ଖେଳିବେ କି ନାହିଁ ସ୍ପଷ୍ଟ ହୋଇଛି । ରିପୋର୍ଟ ମୁତାବକ ବୁମରାହ ୪ର୍ଥ ଟେଷ୍ଟ ପାଇଁ ଉପଲବ୍ଧ ହେବେ ବୋଲି ଘୋଷଣା କରିଛନ୍ତି । ଲର୍ଡସରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ପାରୀରେ ସଫଳତା ହାସଲ କରିପାରି ନ ଥିଲେ ।

ଇଂଲଣ୍ଡରେ ବୁମରାହଙ୍କ ବୋଲିଂ ପ୍ରଦର୍ଶନ ଭଲ ରହିଛି । ସେ ଏଠାରେ ୧୧ ଟେଷ୍ଟ ଖେଳି ୨୯.୯୭ ଆଭରେଜରେ ୪୯ ୱିକେଟ ନେଇଛନ୍ତି । ମାଂଚେଷ୍ଟର ପିଚ ପେସ ବୋଲରଙ୍କୁ ସୁହାଉଥିବାରୁ ବୁମରାହଙ୍କଠାରୁ ଦଳ ଭଲ ପ୍ରଦର୍ଶନ ଆଶାରେ ରହିଛି । ବୁମରାହ ଖେଳିବା ନିଶ୍ଚିତ ହେବା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ଲର୍ଡସ ଟେଷ୍ଟରେ ଜିତିବା ସୁଯୋଗ ଥିଲେ ମଧ୍ୟ ଭାରତ ଏହାକୁ ହାତଛଡା କରିଛି । ଏବେ ସିରିଜରେ ତିଷ୍ଠି ରହିବା ପାଇଁ ୪ର୍ଥ ଟେଷ୍ଟରେ ବିଜୟ ହାସଲ କରିବା ଜରୁରୀ ହୋଇ ପଡିଛି ।

Comments are closed.