Latest Odisha News

BREAKING NEWS

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୋବରଘାଟିରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ଗୋବରଘାଟି ଫେଜ୍‌‌-୨ର ବାମିଆଘାଟ କମ୍ୟୁନିଟି ହଲ୍‌‌ରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟନ କରାଯାଇଛି । ଏହି କେନ୍ଦ୍ର ଜରିଆରେ ସ୍ୱଦେଶୀ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାର ହୋଇପାରିବ।

ଏହି କେନ୍ଦ୍ରକୁ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌‌କେ)ର ଲଜିଷ୍ଟିକ୍ସ ପରିଚାଳନା ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ ଓ ଟାଟା ଷ୍ଟିଲ୍ କଳିଙ୍ଗନଗର କର୍ମଚାରୀ ସଂଘ (ଟିଏସ୍‌‌କେଡବ୍ଲୁୟୁ)ର ସଭାପତି ରବିନ୍ଦ୍ର କୁମାର ଜାମୁଦା ଉଦ୍‌‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ଗୋଷ୍ଠୀର ସସଦ୍ୟ ଏବଂ ଚଡ଼ିଆ, ଗୋବରଘାଟି ଓ ନୂଆ ଚମ୍ପାକୋଇଲା ଅଂଚଳର ବିସ୍ଥାପିତ ପରିବାରବର୍ଗ ସାମିଲ ହୋଇଥିଲେ।

 

ଏହି ଅବସରରେ ୨୦୨୫ ଜୁଲାଇ ୭ରୁ ୧୦ ପର୍ଯ୍ୟନ୍ତ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ନେଇ ଏକ ୪ ଦିନିଆ କର୍ମଶାଳା ଆୟୋଜନ କରାଯାଇଥିଲା। ସେଥିରେ ଯୁବବର୍ଗ, ମହିଳା ଓ ଗୋଷ୍ଠୀର ନେତୃମଣ୍ଡଳୀ ସମେତ ୬୦ରୁ ଅଧିକ ଜନସାଧାରଣ ଯୋଡ଼ି ହୋଇଥିଲେ। ଝାଡ଼ଖଣ୍ଡର ଆଦିବାସୀ ରାମୋଜ ଆଖଡ଼ା ସହଯୋଗରେ ଆୟୋଜିତ ଏହି କର୍ମଶାଳା, ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟନ ଅବସର ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା ଏବଂ ସ୍ଥାନୀୟ ସମାଜରେ ସାଂସ୍କୃତିକ ଗୌରବ ଓ ଉତ୍ସାହକୁ ସୁଦୃଢ଼ କରିଥିଲା।

ଏହି ସମାରୋହରେ ଟିଏସ୍‌‌ଏଫ୍ ଟିମ୍ ତରଫରୁ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ରର ଲକ୍ଷ୍ୟ ଏବଂ ପାରମ୍ପରିକ କଳାକୃତିକୁ ସମୃଦ୍ଧ କରିବା ଓ ଆଦିବାସୀ ଗୋଷ୍ଣୀଙ୍କୁ ସଶକ୍ତ କରିବା ଉପରେ ଆଲୋକପାତ କରାଯାଇଥଲା। ଏହି ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ରକୁ ସାଂସ୍କୃତିକ ପରିପ୍ରକାଶ, ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ସମ୍ପୃକ୍ତିର ହବ୍ ଭାବେ ପରିକଳ୍ପନା କରାଯାଇଥିବା ବେଳେ ଭବିଷ୍ୟତ ପିଢ଼ି ପାଇଁ ଆଦିବାସୀ ନୃତ୍ୟ ଓ ସଙ୍ଗୀତର ସମୃଦ୍ଧ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି।

 

Comments are closed.