Latest Odisha News

BREAKING NEWS

Instagram Reelsରେ କେମିତି ପାଇବେ ଟଙ୍କା, ଏହି ଫର୍ମୁଲା ଆପଣାନ୍ତୁ ୧୦୦ ପ୍ରିତଶତ କାମ ଦେବ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ ରିଲ୍ସ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏକ ବଡ଼ ରୋଜଗାର ପ୍ଲାଟଫର୍ମ ହୋଇପଡ଼ିଛି। ଯଦି ଆପଣ ସୃଜନଶୀଳ, କ୍ୟାମେରା ଆଗରେ ସ୍ଵଚ୍ଛନ୍ଦ ଏବଂ ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବାର କୌଶଳ ରଖୁଛନ୍ତି, ତେବେ ରିଲ୍ସ ମାଧ୍ୟମରେ ଆପଣ ମାସିକ ହଜାରରୁ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଇନଷ୍ଟାଗ୍ରାମର ଆଲଗୋରିଦମକୁ ବୁଝିବା ଜରୁରୀ। ଆସନ୍ତୁ ଜାଣିବା କିପରି ଇନଷ୍ଟାଗ୍ରାମ ରିଲ୍ସ ତିଆରି କରିବେ, ଯାହା କେବଳ ଭ୍ୟୁଜ ନୁହେଁ, ମୋଟା ରୋଜଗାର ମଧ୍ୟ ଆଣିବ।

ଟ୍ରେଣ୍ଡିଂ ଅଡିଓ ଓ ଟପିକର ସ୍ମାର୍ଟ ବ୍ୟବହାର
ଇନଷ୍ଟାଗ୍ରାମର ଆଲଗୋରିଦମ ସେହି ରିଲ୍ସଗୁଡ଼ିକୁ ଅଧିକ ପ୍ରୋମୋଟ କରେ, ଯେଗୁଡ଼ିକ ଟ୍ରେଣ୍ଡିଂ ଅଡିଓ କିମ୍ବା ଥିମ୍‌ ଉପରେ ଆଧାରିତ। ଯଦି ଆପଣ କୌଣସି ଭାଇରାଲ ଗୀତ କିମ୍ବା ସାଉଣ୍ଡ ଉପରେ ଭିଡିଓ ତିଆରି କରନ୍ତି, ତେବେ ଆପଣଙ୍କ ରିଲ୍‌ ଏକ୍ସପ୍ଲୋର ଓ ରିଲ୍ସ ସେକ୍ସନରେ ଅଧିକ ସ୍ଥାନ ପାଇବ। କିନ୍ତୁ କେବଳ ଟ୍ରେଣ୍ଡ ଫଲୋ କରିବା ଯଥେଷ୍ଟ ନୁହେଁ। ଆପଣଙ୍କୁ ନିଜର ସୃଜନଶୀଳତା ଓ ଦୃଷ୍ଟିକୋଣ ଯୋଗ କରିବାକୁ ପଡ଼ିବ, ଯାହା ଦ୍ଵାରା ଲୋକେ ଆପଣଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ଭାବେ ଚିହ୍ନି ପାରିବେ।

ପ୍ରଥମ ୩ ସେକେଣ୍ଡରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରନ୍ତୁ
ଇନଷ୍ଟାଗ୍ରାମ ରିଲ୍ସର ଆଲଗୋରିଦମ ଏକ ସିଧାସଳଖ ନିୟମ ହେଲା—ଯଦି ଉପଭୋକ୍ତା ପ୍ରଥମ ୩ ସେକେଣ୍ଡ ମଧ୍ୟରେ ଆପଣଙ୍କ ଭିଡିଓକୁ ସ୍କ୍ରୋଲ କରି ଦିଅନ୍ତି, ତେବେ ଏହା ଆପଣଙ୍କ ଭିଡିଓକୁ ଡାଉନଭୋଟ ବୋଲି ଗଣାଯାଏ। ତେଣୁ ପ୍ରଥମ ୩ ସେକେଣ୍ଡ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଭିଡିଓରେ କିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଅନ୍ତୁ କିମ୍ବା ଏପରି ପ୍ରଶ୍ନ ପଚାରନ୍ତୁ ଯାହା ଦର୍ଶକଙ୍କୁ କିଛି ସମୟ ଅଟକାଇପାରିବେ। ଉଦାହରଣ ସ୍ଵରୂପ, “ଆପଣ କେବେ ଏପରି ଦେଖିଛନ୍ତି କି?” କିମ୍ବା “୫ ସେକେଣ୍ଡରେ ଜାଣନ୍ତୁ ଏକ ବଡ଼ କଥା” ଭଳି ଆରମ୍ଭ ବେଶ୍‌ ପ୍ରଭାବଶାଳୀ ହୋଇପାରେ।

ନିୟମିତ ଭାବେ ତିଆରି କରନ୍ତୁ ଓ ଅପଲୋଡ ସମୟ ନିର୍ଦ୍ଦିଷ୍ଟ ରଖନ୍ତୁ
ଇନଷ୍ଟାଗ୍ରାମର ଆଲଗୋରିଦମ ସେହି ସୃଷ୍ଟିକର୍ତ୍ତାଙ୍କୁ ଅଗ୍ରାଧିକାର ଦେଇଥାଏ, ଯେଉଁମାନେ ନିୟମିତ ଭାବେ କଣ୍ଟେଣ୍ଟ ପୋଷ୍ଟ କରନ୍ତି। ସପ୍ତାହରେ ୪-୫ଟି ରିଲ୍ସ ଅପଲୋଡ କରନ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ କରନ୍ତୁ, ଯେତେବେଳେ ଆପଣଙ୍କ ଟାର୍ଗେଟ ଅଡିଏନ୍ସ ଅଧିକ ସକ୍ରିୟ ଥାଏ। ଉଦାହରଣ ସ୍ଵରୂପ, ରାତି ୮ଟାରୁ ୧୦ଟା ମଧ୍ୟରେ ଅପଲୋଡ କରିବା ସାଧାରଣତଃ ଅଧିକ ଭ୍ୟୁଜ ଆଣିପାରେ।

 ହୁକ, କଣ୍ଟେଣ୍ଟ ଓ କଲ ଟୁ ଆକ୍ସନ ଫର୍ମୁଲା ଅପଣାନ୍ତୁ
ପ୍ରତ୍ୟେକ ରିଲ୍ସରେ ଏକ ହୁକ ରହିବା ଦରକାର, ଯାହା ଦର୍ଶକଙ୍କୁ ରୋକି ରଖିବ। ଏହା ପରେ କଣ୍ଟେଣ୍ଟରେ ସୂଚନା, ମନୋରଞ୍ଜନ କିମ୍ବା ଭାବନା ରହିବା ଦରକାର। ଶେଷରେ ଏକ କଲ ଟୁ ଆକ୍ସନ ଯୋଗ କରନ୍ତୁ—ଯେମିତି “ଏହି ରିଲ୍‌କୁ ଶେୟାର କରନ୍ତୁ” କିମ୍ବା “ପରବର୍ତ୍ତୀ ଟିପ୍ସ ପାଇଁ ଫଲୋ କରନ୍ତୁ”। ଏହା ଆପଣଙ୍କ ଏନଗେଜମେଣ୍ଟ ରେଟକୁ ବଢ଼ାଇବ ଏବଂ ଆଲଗୋରିଦମରେ ଆପଣଙ୍କ ରିଲ୍ସର ରାକିଂ ମଧ୍ୟ ବଢ଼ିବ।

କିପରି ହେବ ମୋଟା ରୋଜଗାର?
ଥରେ ଆପଣଙ୍କ ରିଲ୍ସରେ ନିୟମିତ ଭ୍ୟୁଜ ଆସିବା ଆରମ୍ଭ ହେଲେ, ଅନେକ ରୋଜଗାରର ବାଟ ଖୋଲିଯାଏ। ବ୍ରାଣ୍ଡଗୁଡ଼ିକ ଆପଣଙ୍କ ସହ ପାର୍ଟନରଶିପ୍‌ ଆରମ୍ଭ କରନ୍ନ୍ତୁ, ସ୍ପନସରଡ ପୋଷ୍ଟ ମିଳେ ଏବଂ ଇନଷ୍ଟାଗ୍ରାମର ନିଜସ୍ଵ Creator Incentive ପ୍ରୋଗ୍ରାମ ମଧ୍ୟ ଆପଣଙ୍କ ପାଇଁ ସକ୍ରିୟ ହୋଇପାରେ। ଏହା ବ୍ୟତୀତ, ଆଫିଲିଏଟ ମାର୍କେଟିଂ ଓ ନିଜର ଡିଜିଟାଲ ସେବା କିମ୍ବା ପ୍ରଡକ୍ଟ ବିକ୍ରି କରି ମଧ୍ୟ ଭଲ ରୋଜଗାର କରାଯାଇପାରେ।

Comments are closed.