Latest Odisha News

BREAKING NEWS

ପୁରୀରେ ନାବାଳିକାଙ୍କୁ ଜାଳିଦେବା ଘଟଣା ସରକାରୀ ନିଷ୍କ୍ରିୟତାର ପ୍ରମାଣ ଦେଉଛି: ନବୀନ

ଭୁବନେଶ୍ବର: ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ପୋଡିଦେବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଭୀର ନିଦ୍ରାରୁ ରାଜ୍ୟ ସରକାରଙ୍କୁ ଉଠିବାକୁ କହି ଏକ୍ସ ରେ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ ।

ସେ ଏକ୍ସରେ ଲେଖିଛନ୍ତି ଯେ, ଦିବାଲୋକରେ ହତ୍ୟା ପ୍ରୟାସ ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ମର୍ମାହତ ହୋଇଛି । ବାଲେଶ୍ବର ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣା ମତେ ମର୍ମାହତ କରିଛି । ମହିଳାମାନଙ୍କ ବିରୋଧରେ ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି ।

ସରକାରୀ ନିଷ୍କ୍ରିୟତା, ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ ହୋଇପଡିଛନ୍ତି । ଓଡ଼ିଶା ସରକାର ଗଭୀର ନିଦ୍ରାରୁ ଉଠି ଅପରାଧୀଙ୍କୁ ଗିରଫ କରିବେକି ବୋଲି ପୋଷ୍ଟରେ ଲେଖିଛନ୍ତି ନବୀନ ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ବଳଙ୍ଗା ଥାନା ଅଧୀନସ୍ଥ ବାୟାବର ଗାଁରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ଝିଅଟି ତାଙ୍କ ବନ୍ଧୁଙ୍କ ଘରକୁ ଯାଉଥିଲା ବେଳେ ଏକ ମୋଟରସାଇକେଲରେ ତିନି ଜଣ ଅଜ୍ଞାତ ଯୁବକ ଝିଅଟିକୁ ଅଟକାଇ ତା ଉପରେ କିଛି ପକାଇ ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକମାନେ ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଇଥିଲେ ।

Comments are closed.