Latest Odisha News

BREAKING NEWS

‘୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ ବିଶ୍ଵସ୍ତରୀୟ ପୁରୀ ରେଳ ଷ୍ଟେସନ୍’

ପୁରୀ: ଆଗାମୀ ୫ ରୁ ୬ ମାସ ମଧ୍ୟରେ ଶେଷ ହେବ ଶ୍ରୀକ୍ଷେତ୍ରର ବିଶ୍ବସ୍ତରୀୟ ରେଳ ଷ୍ଟେସନ । ୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଅତ୍ୟାଧୁନିକ ପୁରୀ ଷ୍ଟେସନ । ପ୍ରେସମିଟ୍ କରି ସୂଚନା ଦେଲେ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ଭି ସୋମନା । ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଅତ୍ୟାଧୁନିକ ସୁବିଧା ସୁଯୋଗ ସମ୍ପନ୍ନ, ଅତ୍ୟାଧୁନିକ ଭିତ୍ତିଭୂମି ଯୁକ୍ତ, ବ୍ୟବହାରିକ ଓ କାର୍ଯ୍ୟକ୍ଷମ କୋଠା ।

୨୦୨୧-୨୨ ରୁ ୧୭୭ କୋଟି ବ୍ୟୟରେ ନିର୍ମିତ ଏହି କୋଠା ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ରୂପ ନେବ । ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ରହିବ ଫ୍ରି ୱାଇ ଫାଇ ସେବା, ରହିବ ୱାନ୍ ଷ୍ଟେସନ, ୱାନ୍ ପ୍ରଡକ୍ଟ କିଓସ୍କ । ୬ଟି ଏସ୍କେଲେଟର ସହ ରହିବ ୫ ଲିଫ୍ଟ । ଟପ୍ ଫ୍ଲୋରରେ ୧୫୦ ବେଡ୍ ଯୁକ୍ତ ରହିବ ହଲ୍ । ମଡର୍ନ ୱେଟିଂ ହଲ୍ ସହ ରହିବ,ଏକଜିକ୍ୟୁଟିଭ୍ ଲାଉଞ୍ଜ । ୧୬ ହଜାରରୁ ୬୦ ହଜାରରୁ ବଢିବ ଷ୍ଟେସନର ଯାତ୍ରୀ ଧାରଣ କ୍ଷମତା । ଇଲେକ୍ଟ୍ରି ଭେହିକିଲ ଚାର୍ଜିଂ ସହ ରହିବ ଅନ୍ୟାନ୍ୟ ଅନେକ ସୁବିଧା ।

ଚଳିତ ରେଳ ବଜେଟରେ ଓଡ଼ିଶା ପାଇଁ ୧୦୫୯୯ କୋଟି ବଜେଟ୍ ବ୍ୟବସ୍ଥା କରାଯାଇଛି । ଯାହାକି ୨୦୦୯ ରୁ ୧୪ ତୁଳନାରେ ପ୍ରାୟ ସାଢେ଼ ୧୨ ଗୁଣ ଅଧିକ । ସାମ୍ପ୍ରତିକ ରାଜ୍ୟର ୫୯ଟି ଷ୍ଟେସନର ବିକାଶ ପ୍ରାୟ ୨୩୭୯ କୋଟି ଖର୍ଚ୍ଚରେ ହୋଇଛି । ବିଭିନ୍ନ ରେଳ ପ୍ରକଳ୍ପ ବାବଦକୁ ୮୦ ହଜାର କୋଟି ବ୍ୟୟ ବରାଦ ମଧ୍ୟ ହୋଇଛି । ସେପଟେ ଖୁବ୍ ଶୀଘ୍ର ୩୦୩ କୋଟି ବ୍ୟୟରେ କଟକରେ, ୩୯୮ କୋଟି ବ୍ୟୟରେ ଭୁବନେଶ୍ୱରରେ, ୩୩୮ କୋଟି ବ୍ୟୟରେ ସମ୍ବଲପୁରରେ, ୧୯୭ କୋଟି ବ୍ୟୟରେ ବାଲେଶ୍ଵରରେ ମଧ୍ୟ ବିଶ୍ବସ୍ତରୀୟ ଷ୍ଟେସନ କାର୍ଯ୍ୟ ଶେଷ ହେବ ।

ତେବେ ବିଶ୍ବସ୍ତରୀୟ ରେଳ ଷ୍ଟେସନକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ରେଳ ଯାତ୍ରୀ । ଏହାଫଳରେ ଅନେକ ସୁବିଧା ଯୋଡ଼ି ହେବ କିନ୍ତୁ ୱେଟିଂ ହଲ୍, ମହିଳାଙ୍କ ସୁବିଧା, ବରିଷ୍ଠଙ୍କ ସୁବିଧା ଦୃଷ୍ଟିରୁ କାର୍ଯ୍ୟ କରିବାକୁ ହେବ ବୋଲି ମତ ପ୍ରକାଶ ପାଇଛି ।

ସେପଟେ ବିଗତ ଦୁଇ ବର୍ଷ ହେବ ଜିଆରପି ଥାନା ପାଇଁ ସ୍ଥାୟୀ ଗୃହ ଟିଏ ନଥିବା ବେଳେ ସେନେଇ ମଧ୍ୟ ଯୋଜନା ସହ ସୁରକ୍ଷାକୁ ଫୋକସ ଦିଆଯାଉଛି କହିଛନ୍ତି କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ।

Comments are closed.