ରାୟଗଡ଼ା: ଜନୈକ ବିବାହିତ ମହିଳାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାୟଗଡ଼ାରେ ପ୍ରାୟ ଦୁଇ ବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ । ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଇ ଆସୁଥିବା ନେଇ ଅଭିଯୋଗ କରିଥିଲେ ମହିଳା ଜଣକ ।
ମହିଳା ଜଣକଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି । ତେବେ ଏନେଇ ମହିଳାଜଣଙ୍କ ରବିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ କେସ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି ।
Comments are closed.