Latest Odisha News

BREAKING NEWS

୪୬ ମିଶ୍ରଣ ସ୍କୁଲରୁ ତାଲା ଖୋଲିଲେ ରାଜ୍ୟ ସରକାର, ଆଗକୁ ଆଉ ୪ ସ୍କୁଲ ଖୋଲିବ…

ଭୁବନେଶ୍ବର: ଆଜି ଖୋଲିଲା ୪୬ଟି ମିଶ୍ରଣ ସ୍କୁଲ । ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି । ଖୁବ୍‌ଶୀଘ୍ର ଆଉ ୪ଟି ସ୍କୁଲ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳରେ ସର୍ବାଧିକ ୨୨ଟି ଥିବାବେଳେ ଦେଓଗଡ଼ରେ ୧୦ଟି ବରଗଡ଼ରେ ୭ଟି, ଯାଜପୁରରେ ୪ଟି ଓ ଖୋର୍ଦ୍ଧାରେ ୩ଟି ସ୍କୁଲ ରହିଛି । ଏହାବାଦ୍‌ ଯାଜପୁରର ବିଞ୍ଝାରପୁର, ଖୋର୍ଦ୍ଧାର ବାଣପୁର, ଦେବଗଡ଼ର ରିଆମାଳ ଏବଂ ତେଲେଇବଣୀ ସ୍କୁଲ ଖୋଲାଯିବାକୁ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି । ୭ ହଜାର ୭୫୧ ସ୍କୁଲ ମିଶ୍ରଣ ନେଇ ଅନୁମୋଦନ ମିଳିଥିବା ବେଳେ ୫ ହଜାର ୬୩୦ ସ୍କୁଲ ମିଶ୍ରଣ ହୋଇଛି ।

ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍‌ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା । ହେଲେ ତତ୍କାଳୀନ ସରକାର ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ, ଏବେକାର ବିଜେପି ସରକାର ଏହାକୁ ଗୁରୁତ୍ୱର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ତଥ୍ୟ ଅନୁସାରେ, ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲଗୁଡିକର ଭିତ୍ତିଭୂମିକୁ ସଜଡା ଯାଇ ତୁରନ୍ତ ଖୋଲିବାକୁ ବ୍ୟବସ୍ଥା କରାଯାଉଛି ।

Comments are closed.