Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଗିରଫ, ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ଥିଲେ ପୀଡିତା

ମାଲକାନଗିରି: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ। ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ବିଜାଘାଟି ନିକଟରୁ ଉଦ୍ଧାର କରିଥିଲା ମାଲକାନଗିରି ଆଦର୍ଶ ଥାନା ପୋଲିସ। ଘଟଣା ନେଇ ଥାନା ଅଧିକାରୀଙ୍କୁ ଭେଟିଲେ ଚିତ୍ରକୋଣ୍ଡା ବିଧାୟକ।

ସାଙ୍ଗର ଜନ୍ମଦିନରେ ଯୋଗ ଦେବାକୁ ଯାଇଥିବା ବେଳେ ନାବାଳିକା ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ବିଜାଘାଟିରୁ ଟ୍ରକ୍ ଡ୍ରାଇଭର୍ ସମେତ ଅନ୍ୟ ୩ ବ୍ୟକ୍ତିଙ୍କ ସହ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ଏନେଇ ନାବାଳିକାଙ୍କ ପରିବାର ଲୋକେ ସଦର ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଭାରତୀୟ ଦଣ୍ଡବିଧାନ (IPC) ଏବଂ POCSO ଆଇନର ସମ୍ପୃକ୍ତ ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ଓ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ, ମାଲକାନଗିରି ଥାନା ଅଞ୍ଚଳର ଜଣେ ନାବାଳିକା ସାଙ୍ଗର ଜନ୍ମଦିନ ପାଳିବାକୁ ସାଙ୍ଗ ଘରକୁ ଯାଇଥିଲେ। ବିଳମ୍ଵିତ ରାତି ଯାଏଁ ଘରକୁ ଫେରି ନଥିଲେ। ପରିବାର ଲୋକେ ଝିଅକୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନଥିଲା। ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥର ବିଜାଘାଟି ନିକଟରେ ଜଣେ ଟ୍ରକ୍ ଚାଳକକୁ ସନ୍ଦେହ କରି କିଛି ବାଟୋଇ ଓ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପରେ ମାଲକାନଗିରି ଥାନା ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା।

ଏହା ସହ ଟ୍ରକ୍‌କୁ ଜବତ କରିଛି। ନାବାଳିକାଙ୍କୁ ଶକ୍ତି ସଦନ ଗୃହକୁ ପଠାଯାଇଛି। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ମା’ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ନାବାଳିକା ଓ ଟ୍ରକ ଡ୍ରାଇଭରଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଚଲାଇଛି। ଟ୍ରକ୍‌ଟି ସିମେଣ୍ଟ ବୋଝେଇ କରି ଜୟପୁର ଅଭିମୁଖେ ଯାଉଥିଲା। ଡ୍ରାଇଭରଙ୍କ ନିଜ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି।  ତଦନ୍ତ ଅଧିକ ଗଭୀର କରିବା ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି।

Comments are closed.