Latest Odisha News

BREAKING NEWS

୪୫ କଏଦୀଙ୍କ ଜେଲ୍‌ ଜୀବନରେ ପଡିଲା ପୂର୍ଣ୍ଣଛେଦ, ଚାରିକାନ୍ଥ ଭିତରୁ ବାହାରି ମୁକ୍ତିର ଆନନ୍ଦ ଚାଖିଲେ

ଭୁବନେଶ୍ବର: କାଲି ଶେଷ ହୋଇଛି ୪୫ କଏଦୀଙ୍କ ଜେଲ ଦଣ୍ଡ । ବିଭିନ୍ନ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାଜ୍ୟର ୨୬ ଜେଲ୍‌ ରୁ ୪୫ଜଣ କଏଦୀଙ୍କୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଛି । ସୋମବାର ରାତି ଥିଲା ସେମାନଙ୍କ ପାଇଁ ‌ଜେଲ୍‌ ରେ ଶେଷ ରାତି । ମଙ୍ଗଳବାର ଜେଲ୍‌ ର ଚାରିକାନ୍ଥ ଭିତରୁ ବାହାରି ଖୋଲା ଆକାଶ ଦେଖିଛନ୍ତି ଏହି କଏଦୀ ମାନେ ।

ତେବେ ଏମାନଙ୍କ ମଧ୍ୟରେ ରହିଛନ୍ତି ବଲାଙ୍ଗୀର ଜେଲ୍‌ରୁ ସର୍ବାଧିକ ୫ଜଣ, ବ୍ରହ୍ମପୁର ଓ କୋରାପୁଟ ଜେଲ୍‌ ରୁ ୮ଜଣ, ଚୌଦ୍ବାର ଓ ଭୁବନେଶ୍ବର ଝାରପଡ଼ା ଜେଲ୍‌ ରୁ ୬ଜଣ । ଏମାନଙ୍କୁ ମିଶାଇ ୨୬ଟି ଜେଲ୍‌ ରୁ ୪୫ ଜଣଙ୍କୁ ଦଣ୍ଡ ସମୀକ୍ଷା ବୋର୍ଡରେ ନିଷ୍ପତ୍ତି, ରାଜ୍ୟପାଳଙ୍କ ଅନୁମୋଦନ ଓ ରାଜ୍ୟ ସରକାରଙ୍କ ସୁପାରିସ ପରେ ଏହି କଏଦୀମାନଙ୍କୁ ପୁଣି ଥରେ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସୁଯୋଗ ମିଳିଛି ।

ବନ୍ଦୀ ଜୀବନ କାଳରେ ଉତ୍ତମ ଆଚରଣ, ଜେଲ୍‌ ଗାଇଡ୍‌ଲାଇନ୍‌ର ଶୃଙ୍ଖଳିତ ଅନୁପାଳନ, ସମାଜକୁ ଗଲେ ବିପଦମୁକ୍ତ ଚଳଣୀ ଆଦିକୁ ନିରୀକ୍ଷଣ କରିବା ପରେ ସେମାନଙ୍କ ସଜାକୁ ଶେଷ କରାଯାଇଛି । ଚଳିତ ବର୍ଷ ମେ ୧୭ରେ ଏହି ବନ୍ଦୀମାନଙ୍କ ନାମ ଦଣ୍ଡ ସମୀକ୍ଷା ବୋର୍ଡକୁ ଯାଇଥିଲା । ଜେଲ୍‌ରୁ ମୁକୁଳିବା ବେଳେ ସେମାନଙ୍କୁ ଜେଲ୍‌ ଵେଲ୍‌ଫେୟାର୍‌ ଫଣ୍ଡ୍‌ରୁ ୫ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ରହିଛି ।

Comments are closed.