ବଲାଙ୍ଗୀର: ପ୍ରବଳ ବର୍ଷା ଯୋଗୁଁ ଗନ୍ଧମାର୍ଦ୍ଦନ ପର୍ବତରେ ଫସିଲେ ୧୭ ପର୍ଯ୍ୟଟକ। ସମସ୍ତ ପର୍ଯ୍ୟଟକ ଛତିଶଗଡର ବୋଲି କୁହାଯାଉଛି। ସାରା ରାତି ବର୍ଷା ଓ ଅନ୍ଧାର ଯୋଗୁଁ ବାଟବଣା ହୋଇ ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ ଫସିଯାଇଛନ୍ତି ଏହି ସମସ୍ତ ପର୍ଯ୍ୟଟକ। ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଛି ଏହି ଗନ୍ଧମାର୍ଦ୍ଦନ ପର୍ବତ। ଚାଲିଛି ଲୋକେସ ଟ୍ରାକ ହୋଇଛି। ହେଲେ ରାତି ୩ଟାରେ ବର୍ଷା କମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଠାବ କରାଯାଇନାହିଁ ।
ସନ୍ଧ୍ୟା ସାଢେ ୭ଟାରେ ନିକଟ ଟୋଲ୍ ଫ୍ରି ନମ୍ୱରକୁ ଫୋନ କରି ଜଙ୍ଗଲରେ ଫସିଯାଇଥିବା ସୂଚନା ଦେଇଥିଲେ। ଏହି ଖବର ପାଇବା ପରେ ପାଇକମାଲ ପୋଲିସ, ଡିଭିଏଫ ଟିମ୍, ପାଇକମାଲ ଫରେଷ୍ଟ ଫୋର୍ସ ଉଦ୍ଧାର ପାଇଁ ପହଞ୍ଚିଥିଲେ। ହେଲେ ରାତି ବଢ଼ିବା ସହ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭୋରରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ପର୍ଯ୍ୟଟକଙ୍କ ମୋବାଇଲ ଲୋକେସନରୁ ଜଣାପଡ଼ିଛି ଯେ ସେମାନେ ଗନ୍ଧମାର୍ଦ୍ଦନ ପର୍ବତର ହିଲଟପରେ ବାଟବଣା ହୋଇଯାଇଛନ୍ତି ।
ସୂଚନା ଅନୁସାରେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିର ପଟୁ ଚଢ଼ି ଗନ୍ଧମାର୍ଦ୍ଦନରେ ଥିବା ପାଦଚଲା ରାସ୍ତା ଦେଇ ବଲାଙ୍ଗୀର ପଟେ ଥିବା ହରିଶଙ୍କରକୁ ବାହାରିଥିଲେ। ଘଞ୍ଚ ଜଙ୍ଗଲରେ ବହୁ ପାହାଡ଼ି ଝରଣା ଅତିକ୍ରମ କରି ୭ଟି ପାହାଡ଼ ଶୃଙ୍ଖଳାକୁ ଡେଇଁ କଷ୍ଟ ଯାତ୍ରା କଲେ ହରିଶଙ୍କର ପହଞ୍ଚି ହୁଏ । ଶ୍ରାବଣ ମାସରେ ବହୁ ବୋଲବମ ଭକ୍ତ ପାଦଚଲା ରାସ୍ତା ଦେଇ ନୃସିଂହନାଥରୁ ହରିଶଙ୍କରକୁ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ଦଳ ବାଟହୁଡ଼ି ହିଲଟପକୁ ଚାଲିଯାଇଥିବା ଜଣାପଡିଛି।
Comments are closed.