Latest Odisha News

BREAKING NEWS

ବର୍ଷା ପାଣିରେ ଧୋଇଗଲା ପୋଲ

ନୂଆପଡା : ସାରା ରାଜ୍ୟରେ ଏବେ ଜାରି ରହିଛି ପ୍ରବଳ ବର୍ଷା । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା ପାଇଁ ନୂଆପଡା ଜିଲ୍ଲାରେ ଏକ ପୋଲ ଭାସି ଯାଇଛି । ସୁନାବେଡା-ଗାଡିବେଡା ମଧ୍ୟରେ ଥିବା ପୋଲ ବର୍ଷା ପାଣିରେ ଭାସି ଯାଇଛି । ପୋଲ ଭାସିଯିବାରୁ ବାହ୍ୟ ଜଗତରୁ ୧୦ଟି ଗାଁ ବିଛିନ୍ନ ହୋଇଛି । ସେହିପରି ଚେରେଚୁଆଁ-ଜାମଗାଁ ଘାଟିର ମୁଖ୍ୟ ରାସ୍ତାରେ ପାହାଡରୁ ମାଟି ଅତଡା ଖସିଛି । ଏହାସହ ପ୍ରବଳ ବର୍ଷା ପାଇଁ ବଡବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ରାସ୍ତା ଦୀର୍ଘ ସମୟ ଯାଏଁ ସଫା ହୋଇନଥିବାରୁ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଚାଷୀଙ୍କ ଏକର ଏକର ଫସଲ ଏବେ ବର୍ଷା ପାଣିରେ ଭାସୁଛି ।
ଜିଲ୍ଲାରେ ଗୋଟିଏ ପୋଲ ଭାସିଯାଇଥିବା ବେଳେ ଅନ୍ୟ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ପ୍ରବଳ ମାତ୍ରାରେ ବର୍ଷାଜଳ ପ୍ରବାହିତ ହେବାରୁ ଚାରିଆଡେ ଜଳମଗ୍ନ ହୋଇଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଟ ଲଘୁଚାପର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଲଘୁଚାପ ହେଲେ ସାରା ରାଜ୍ୟରେ ପୁଣି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

Comments are closed.