Latest Odisha News

BREAKING NEWS

ଏବେ ଚୁଟକିରେ ଜାଣିପାରିବେ କିଏ କ’ଣ ଲେଖିଛି ! WhatsApp ଆଣିଲା ଚମତ୍କାର ଫିଚର୍

ନୂଆଦିଲ୍ଲୀ: ମେଟା ଏବେ ହ୍ଵାଟସଆପରେ ଅନେକ ନୂଆ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଫିଚର ଆଣିବାକୁ ପ୍ରସ୍ତୁତି କରୁଛି, ଯେଉଁଥିମଧ୍ୟରୁ ସବୁଠାରୁ ରୋଚକ ହେଉଛି ‘କ୍ଵିକ ରିକ୍ୟାପ’ ନାମକ ଏକ ନୂଆ ଫିଚର। ଏହି ଫିଚର ମାଧ୍ୟମରେ ବ୍ୟବହାରକାରୀମାନେ ଏକାସାଙ୍ଗରେ ଅନେକ ଅପଠିତ ଚାଟର ସଂକ୍ଷିପ୍ତ ଓ ସଠିକ ସାରାଂଶ ପାଇପାରିବେ। WABetaInfoର ରିପୋର୍ଟ ଅନୁସାରେ, ଏହି ଫିଚର ବର୍ତ୍ତମାନ ଡେଭେଲପମେଣ୍ଟ ପର୍ଯ୍ୟାୟରେ ରହିଛି ଏବଂ ଏହାକୁ ହ୍ଵାଟସଆପର ଆଣ୍ଡ୍ରଏଡ ବିଟା ସଂସ୍କରଣ ୨.୨୫.୨୧.୧୨ରେ ଦେଖାଯାଇଛି।

କିପରି କାମ କରିବ ଏହି ଫିଚର?
‘କ୍ଵିକ ରିକ୍ୟାପ’ ହେଉଛି ହ୍ଵାଟସଆପର ପୂର୍ବରୁ ଥିବା ମେସେଜ ସମାରୀ ସିଷ୍ଟମର ଏକ ଉନ୍ନତ ରୂପ, ଯାହା ବର୍ତ୍ତମାନ କେବଳ ଆମେରିକାରେ ଉପଲବ୍ଧ ଏବଂ ଗୋଟିଏ ଚାଟର ସଂକ୍ଷିପ୍ତ ବିବରଣୀ ଦେଇଥାଏ। କିନ୍ତୁ ଏହି ନୂଆ ଫିଚର ଏଥିରୁ ଅନେକ ଆଗକୁ। ଏହା ମାଧ୍ୟମରେ ବ୍ୟବହାରକାରୀମାନେ ଏକାସାଙ୍ଗରେ ପାଞ୍ଚଟି ଚାଟ ବାଛିପାରିବେ ଏବଂ ପ୍ରତ୍ୟେକ ଚାଟର ମୁଖ୍ୟ ବିଷୟଗୁଡ଼ିକ ଏଆଇର ସାହାଯ୍ୟରେ ତୁରନ୍ତ ପାଇପାରିବେ। ଏହି ଫିଚର ଖାସ କରି ସେହି ବ୍ୟବହାରକାରୀଙ୍କ ପାଇଁ ଉପଯୋଗୀ ହେବ, ଯେଉଁମାନେ ଦୀର୍ଘ ସମୟ ଧରି ହ୍ଵାଟସଆପରୁ ଦୂରେଇ ରହନ୍ତି ଏବଂ ପୁରୁଣା ଚାଟଗୁଡ଼ିକୁ ବାରମ୍ବାର ସ୍କ୍ରୋଲ କରି ପଢ଼ିବାକୁ ପଡ଼େ। ଏବେ ସମୟ ନଷ୍ଟ ନକରି, ପ୍ରତ୍ୟେକ ଚାଟର ସାରାଂଶ କିଛି ସେକେଣ୍ଡରେ ସ୍କ୍ରିନରେ ଉପଲବ୍ଧ

କିପରି ମିଳିବ ଏହି ଫିଚର?
WABetaInfo ଅନୁସାରେ, ଏହି ଫିଚର ବ୍ୟବହାର କରିବାକୁ ବ୍ୟବହାରକାରୀଙ୍କୁ Chats ଟାବକୁ ଯାଇ ଅନେକ ଚାଟ ବାଛିବାକୁ ହେବ। ଏହାପରେ ଉପର ଡାହାଣ ପାର୍ଶ୍ଵରେ ଥିବା ତିନୋଟି ଡଟ ମେନୁରେ ‘କ୍ଵିକ ରିକ୍ୟାପ’ ଅପ୍ସନ ଦେଖାଯିବ। ଏହା ଉପରେ ଟ୍ୟାପ କରିବା ମାତ୍ରେ ମେଟାର ଇନ-ହାଉସ ଏଆଇ ଅପଠିତ ମେସେଜଗୁଡ଼ିକୁ ପ୍ରୋସେସ କରି ଏକ ସ୍ପଷ୍ଟ ଓ ସଂକ୍ଷିପ୍ତ ସାରାଂଶ ପ୍ରଦାନ କରିବ।

ଆପଣଙ୍କ ଗୋପନୀୟତା ସୁରକ୍ଷିତ ରହିବ କି?
ମେଟାର ଦାବି ଅନୁସାରେ, ଏହି ଫିଚର ‘ପ୍ରାଇଭେଟ ପ୍ରୋସେସିଂ’ ଟେକନୋଲୋଜି ଦ୍ଵାରା ଚାଲିବ, ଯାହା ବ୍ୟବହାରକାରୀଙ୍କ ଗୋପନୀୟତାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଥାଏ। ଏଥିରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ, ସିକ୍ୟୁର ଏନକ୍ଲେଭ ଓ ଆଲଗା କମ୍ପ୍ୟୁଟିଂ ଏରିଆର ବ୍ୟବହାର ହୁଏ, ଯାହା ଫଳରେ ମେଟା କିମ୍ବା ହ୍ଵାଟସଆପ ମେସେଜ କିମ୍ବା ଏଆଇ ଦ୍ଵାରା ତିଆରି ସାରାଂଶ ପଢ଼ିପାରେ ନାହିଁ।

ଏହା ଏକ ବୈକଳ୍ପିକ ଫିଚର
ଏହାର ସବୁଠାରୁ ବଡ଼ ବିଶେଷତ୍ଵ ହେଉଛି ଯେ ‘କ୍ଵିକ ରିକ୍ୟାପ’ ଏକ ବୈକଳ୍ପିକ ଫିଚର। ଏହା ଡିଫଲଟ ଭାବେ ଚାଲୁ ରହିବ ନାହିଁ, ବରଂ ବ୍ୟବହାରକାରୀଙ୍କୁ ସେଟିଂସକୁ ଯାଇ ମାନୁଆଲି ଏହାକୁ ଚାଲୁ କରିବାକୁ ହେବ। ଏହା ସହ, ଆଡଭାନ୍ସଡ ଚାଟ ପ୍ରାଇଭେସୀ ସେଟିଂସ ଦ୍ଵାରା ସୁରକ୍ଷିତ ଚାଟଗୁଡ଼ିକ ଏହି ଫିଚରରେ ଅନ୍ତର୍ଭୁକ୍ତ ହେବ ନାହିଁ।

 

Comments are closed.