Latest Odisha News

BREAKING NEWS

ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତ, ମାସକରେ ୭୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛୁ ଡେଙ୍ଗୁ । ୨୦୨୪ ତୁଳନାରେ ୨୦୨୫ରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ଜୁଲାଇରେ ୨୫ଟି କେସ୍ ଚିହ୍ନଟ ହୋଇଥିବା ବେଳେ, ଚଳିତବର୍ଷ ଜୁନ୍‌ ରେ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜୁନ୍‌ ୧ ରୁ ୨୪ ତାରିଖ ଭିତରେ ୨ ହଜାର ୪୭୪ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିଲା । ସେଥିରୁ ୭୪ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡ଼ିଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲ୍‌କୁ ୩ ରୁ ୪ ଡେଙ୍ଗୁ ରୋଗୀ ଆସୁଛନ୍ତି । ଏନେଇ ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ୭୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହେବା ଚିନ୍ତାଜନକ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସଚେତନ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ଅଧିକାରୀ ।

ଅନ୍ୟପଟେ, ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଅଭିଯୋଗ କରିଛନ୍ତି ରାଜଧାନୀବାସୀ । ଲୋକଙ୍କ ଅଭିଯୋଗ ବିଏମସି ସଫେଇ କାର୍ଯ୍ୟ ଠିକ୍‌ ରେ କରୁନାହିଁ । ମଶାଧୂଆଁ ଗାଡ଼ି ବୁଲୁନି । ଫଳରେ ଡେଙ୍ଗୁ କାୟା ମେଲାଉଛି ।

 

Comments are closed.