Latest Odisha News

BREAKING NEWS

କୁତ୍ତା ବାବୁର ପୁଅ ଡଗ ବାବୁ; କୁକୁରକୁ ମିଳିଲା ରେଶିଡେନ୍ସ ସାର୍ଟିଫିକେଟ…

ପାଟଣା: ଆଗକୁ ଆସୁଥିବା ବିହାର ନିର୍ବାଚନ ପାଇଁ ବର୍ତ୍ତମାନ୍ ନିର୍ବାଚନ କମିଶନରଙ୍କ ତରଫରୁ ଭୋଟର ପ୍ରମାଣପତ୍ର ସଂଶୋଧନ କାର୍ଯ୍ୟ ଚାଲିଛି। ତେବେ ଏହା ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ପାଟନା ଜିଲ୍ଲାର ମସୌର୍ହି ବ୍ଲକରେ ଏକ କୁକୁରକୁ ଆବାସିକ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ନେଇ ଏକ ରିପୋର୍ଟ ଆସିଛି। RTPS କାଉଣ୍ଟର ମାଧ୍ୟମରେ ୨୪ ଜୁଲାଇରେ ଏହାକୁ ଜାରି କରାଯାଇଥିଲା ଓ ଏହି ଆବାସିକ ପ୍ରମାଣପତ୍ରରେ ଏକ କୁକୁରର ଫଟୋ ରଖାଯାଇ ନାମ ଏବଂ ଠିକଣା ମଧ୍ୟ ଲେଖା ଯାଇଥିଲା। ଯାହାର ନମ୍ବର BRCCO ୨୦୨୫/୧୫୯୩୩୫୮୧ ଥିବା ଜଣାପଡ଼ିଛି। ତେବେ ଏଥିରେ ରାଜସ୍ୱ ଅଧିକାରୀ ମୁରାରି ଚୌହାନଙ୍କର ଡିଜିଟାଲ୍ ହସ୍ତାକ୍ଷର ମଧ୍ୟ ଉପଲବ୍ଧ ଅଛି।

ଏହି ପ୍ରମାଣପତ୍ରରେ ଆବେଦନକାରୀଙ୍କ ନାମ ଡଗ ବାବୁ, ବାପା କୁତ୍ତା ବାବୁ, ମାତା କୁତ୍ତିଆ ଦେବୀ ଏବଂ କୌଳିଚକ ୱାର୍ଡ ୧୫ ମସୌର୍ହି ଲେଖାଯିବା ସହ ଆବେଦନକାରୀଙ୍କ ଫଟୋ ବଦଳରେ ଏକ କୁକୁରର ଫଟୋ ଲଗା ଯାଇଅଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି। ତେବେ ବିବାଦ ବଢିବା ପରେ ରବିବାର ସନ୍ଧ୍ୟାରେ RTPS ପୋର୍ଟାଲରେ ଲୋଡ୍ ହୋଇଥିବା ଏହି ପ୍ରମାଣପତ୍ରକୁ ବାତିଲ କରିବା ସହ ଡିଜିଟାଲ୍ ହସ୍ତାକ୍ଷରକୁ ମଧ୍ୟ ହଟାଇ ଦିଆଯାଇଥିବା ମସୌର୍ହିର ସର୍କଲ୍ ଅଧିକାରୀ ପ୍ରଭାତ ରଞ୍ଜନ ସ୍ପଷ୍ଟ କରିଛନ୍ତି।

ଏହାକୁ ନେଇ ପାଟନା ଡିଏମ୍ ଡକ୍ଟର ତ୍ୟାଗରାଜନ୍ ଏସ୍ଏମ୍ କହିଛନ୍ତି ଯେ ଏହି ମାମଲାରେ ଯେଉଁ କର୍ମଚାରୀ ଏବଂ ଅଧିକାରୀ ମାନେ ଜଡ଼ିତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଯେପରିକି ଭବିଷ୍ୟତରେ ଏପରି ଭୁଲର ପୁନରାବୃତ୍ତି ନହୁଏ।

 

Comments are closed.