Latest Odisha News

BREAKING NEWS

ନିମିଶା ପ୍ରିୟାକୁ ବଞ୍ଚାଇବା ପାଇଁ ସ୍ବାମୀ ଓ ଝିଅଙ୍କ ନିବେଦନ…

ସାନା: ୟେମେନରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାକୁ ବଞ୍ଚାଇବା ପାଇଁ ବର୍ତ୍ତମାନ୍ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ପ୍ରୟାସ ଚାଲିଛି।

ତେବେ ତାଙ୍କ ବଞ୍ଚିବା ନେଇ ଏବେ ମଧ୍ୟ ତାଙ୍କ ପରିବାର ଆଶାବାଦୀ ଥିବା ବେଳେ ତାଙ୍କ ୧୩ ବର୍ଷୀୟ ଝିଅ ମିଶେଲ ଏବେ ୟେମେନର ରାଜଧାନୀ ସାନାରେ ଥାଇ ତାଙ୍କ ମାଆଙ୍କୁ କ୍ଷମା କରିବାକୁ ଅନୁରୋଧ କରୁଥିବା ନଜର ଆସିଛି। ଭାରତୀୟ ଖ୍ରୀଷ୍ଟିଆନ ପ୍ରଚାରକ କେ.ଏ. ପାଉଲ ହୁଥି ବିଦ୍ରୋହୀଙ୍କ ନିକଟରେ ଏହି ଭିଡିଓ ଦେଖାଇଥିଲେ। ଖ୍ରୀଷ୍ଟିଆନ ପାଦ୍ରୀ କେ.ଏ ପାଉଲ୍ ଯିଏ କି ଆନ୍ଧ୍ର ପ୍ରଦେଶର ଏବଂ ଆମେରିକାରେ ଅବସ୍ଥିତ ଗ୍ଲୋବାଲ୍ ପିସ୍ ଇନିସିଏଟିଭ୍ ନାମକ ଏକ ସଂଗଠନର ପ୍ରତିଷ୍ଠାତା।

ନିମିଶା ପ୍ରିୟା କେରଳର ଜଣେ ନର୍ସ ଥିଲେ। ସେ ଚାକିରି ଖୋଜିବା ପାଇଁ ୟେମେନ ଯାଇଥିଲେ ଏବଂ ସେଠାରେ ସେ ଜଣେ ସ୍ଥାନୀୟ ବ୍ୟକ୍ତି ଖାଲିଦଙ୍କ ସହ ମିଶି ନିଜର ଏକ ମେଡିକାଲ କ୍ଲିନିକ୍ ଆରମ୍ଭ କରିଥିଲେ। କିନ୍ତୁ ପରେ ତାଙ୍କ କ୍ଲିନିକ୍ ଏବଂ ଟଙ୍କାକୁ ସେହି ବ୍ୟକ୍ତି ଜଣକ ହଡ଼ପ କରି ନେଇଥିବା ଅଭିଯୋଗ କରିଥିଲେ ନିମିଶା। ନିଜର ଡକ୍ୟୁମେଣ୍ଟ ପରେ ନିମିଶା ଖାଲିଦଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ଓଭର୍ ଡୋଜ ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଅଭିଯୋଗରେ ନିମିଶାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ ମୃତ୍ୟୁଦଣ୍ଡ ସଜା ମିଳିଥିଲା।

ତେବେ ଭିଡିଓରେ ନିମିଶା ପ୍ରିୟାଙ୍କ ଝିଅ ମିଶେଲ ମାଲାୟଲମ ଏବଂ ଇଂରାଜୀ ଭାଷାରେ ତାଙ୍କ ମାଙ୍କୁ ଭଲ ପାଉଥିବା କହୁଥିବାର ଶୁଣିବାକୁ ମିଳୁଛି। ସେଥିରେ ସ୍ୱାମୀ ଥମାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏପରିକି ସେ ଜୁଲାଇ ୧୫ରେ ନିମିଶା ପ୍ରିୟାକୁ ଫାଶୀ ନ ଦିଆଯାଇଥିବାରୁ ହୁଥି ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

 

Comments are closed.