Latest Odisha News

BREAKING NEWS

୧୨ ଦିନରେ ୪୦୦ କୋଟି ଛୁଇଁଲା ‘ସୟାରା’ 

ମୁମ୍ବାଇ: ୧୮ ଜୁଲାଇରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସୟାରା’ ପ୍ରଥମ ଦିନରୁ ହିଁ ରେକର୍ଡ କରିଆସୁଛି। ଦମଦାର ଓପନିଂ ପରେ ‘ସୟାରା’ ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ବ୍ୟବସାୟ କରିସାରିଥିବା ବେଳେ ବିଶ୍ବବ୍ୟାପୀ ୪୦୦କୋଟି ଟଙ୍କାର ଇନକମ କରିଛି।

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ପୋଷ୍ଟରେ କହିଛନ୍ତି ଯେ, ଏହା ଏକ ଗେମ୍-ଚେଞ୍ଜର ଫିଲ୍ମ ଭାବରେ ପ୍ରମାଣିତ ହୋଇଛି ଓ ଏହା ଦର୍ଶକଙ୍କ ମନକୁ ଛୁଇଁବାର ମଧ୍ୟ ସଫଳ ହୋଇପାରିଛି।

ତେବେ ଏହି ଫିଲ୍ମଟି ମୋହିତ ସୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ଏଥିରେ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଏହି ଫିଲ୍ମ ଦ୍ଵାରା ଉଭୟ କଳାକାର ବଲିଉଡରେ ଡେବ୍ୟୁ କରିଛନ୍ତି। ଭାରତୀୟ ବକ୍ସ ଅଫିସରେ ଏହି ଫିଲ୍ମ ମୋଟ ୩୧୮କୋଟି ଟଙ୍କା କଲେକ୍ସନ କରିଥିବା ବେଳେ ବିଦେଶରେ ଏହା ୮୬କୋଟି ଟଙ୍କାର ବ୍ୟବସାୟ କରିବା ସହ ବର୍ତ୍ତମାନ୍ ଏହା ବିଶ୍ୱବ୍ୟାପୀ ୪୦୪ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।

ଏହି ଫିଲ୍ମଟି ସେକେଣ୍ଡ ୱିକେଣ୍ଡରେ ଦଙ୍ଗଲ’, ‘ପଠାନ’, ‘ସଞ୍ଜୁ’, ‘ବଜରଙ୍ଗୀ ଭାଇଜାନ’ ଏବଂ ‘କେଜିଏଫ୍ ୨’ ଭଳି ଫିଲ୍ମକୁ ପଛରେ ପକାଇ ମୋଟ ୭୫.୫୦ କୋଟି ଟଙ୍କା କଲେକ୍ସନ କରିଛି। ତେବେ ଏହି ଫିଲ୍ମର ସଙ୍ଗୀତ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁଛି।

 

Comments are closed.