Latest Odisha News

BREAKING NEWS

ନଦୀକୁ ଖସିଲା ଆଇଟିବିପି ଯବାନଙ୍କ ବସ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଗାଣ୍ଡେରବଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଇଟିବିପି ଯବାନମାନଙ୍କୁ ନେଇ ଯାଉଥିବା ଏକ ବସ୍ କୁଲାନ ବ୍ରିଜ୍ ଉପରୁ ସିନ୍ଧ ନଦୀକୁ ଖସିପଡ଼ିଛି।

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଜମ୍ମୁ କାଶ୍ମୀର ଏସଡିଆରଏଫ ଗାଣ୍ଡେରବଲ ଏବଂ ଏସଡିଆରଏଫ ସବ୍ କମ୍ପୋନେଣ୍ଟ ଗୁଣ୍ଡ ସିନ୍ଧ ନଦୀର କୁଲାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ କିଛି ଅସ୍ତ୍ରଶସ୍ତ୍ର ହଜି ଯାଇଥିବା ବେଳେ ଆଉ କିଛି ଉଦ୍ଧାର ହୋଇଛି।ଏସଡିଆରଏଫ ପକ୍ଷରୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷତିର ଖବର ଆସିନାହିଁ।

 

Comments are closed.