Latest Odisha News

BREAKING NEWS

ପାକିସ୍ତାନ ସହ ସେମିଫାଇନାଲ ମ୍ୟାଚ ଖେଳିବାକୁ ମନା କଲା ଭାରତୀୟ ଟିମ

ନୂଆଦିଲ୍ଲୀ: ୩୧ ଜୁଲାଇରେ ବର୍ମିଂହାମରେ ଭାରତ ଓ ପାକିସ୍ତାନ ମଧ୍ୟରେ ରିଟାୟର୍ଡ କ୍ରିକେଟର୍ସ ୱାର୍ଲ୍ଡ ଚାମ୍ପିୟନଶିପର ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିଲା । ତେବେ ଭାରତ ଏହି ମ୍ୟାଚ ଖେଳିବାକୁ ମନା କରି ଦେଇଛି । ଯୁବରାଜ ସିଂ ନେତୃତ୍ୱଧୀନ ଟିମର ଏହି ନିଷ୍ପତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏହି ଟିମରେ ଶିଖର ଧାୱନ, ରବିନ ଉଥପ୍ପା, ସୁରେଶ ରାଇନା ଓ ହରଭଜନ ସିଂଙ୍କ ପରି ଖେଳାଳି ରହିଛନ୍ତି । ଏହା ପୂର୍ବରୁ ଜୁଲାଇ ୨୦ରେ ମଧ୍ୟ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବାକୁ ମନା କରି ଦେଇଥିଲା । ଏହି ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ବୁଧବାର ଲିଗର ସ୍ପନଶର ମଧ୍ୟ ସେମିରୁ ହଟି ଯାଇଥିଲେ ।

ଆତଙ୍କବାଦ ଓ କ୍ରିକେଟ ଏକା ସଙ୍ଗରେ ଚାଲି ପାରିବନି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଆମେ ଭାରତ ସହିତ ରହିଛୁ । ଇତି ମଧ୍ୟରେ ଆଗାମୀ ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ତୀବ୍ର ବିରୋଧ କରାଯାଉଛି । ବିିସିସିଆଇ ଅବଶ୍ୟ ଏ ନେଇ କୌଣସି ବୟାନ ଜାରୀ କରିନି । ଏସିଆ କପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି । ସେପ୍ଟମ୍ବର ୧୪ରେ ଏହି ମ୍ୟାଚ ଖେଳାଯିବ ।

Comments are closed.