ଦି ଓଭାଲ: ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଅନେକଗୁଡିଏ ରେକର୍ଡ ଭାଙ୍ଗିଛନ୍ତି । ସେ ଗ୍ୟାରୀ ସୋବର୍ସ ଓ ସୁନୀଲ ଗାଭାସ୍କରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ସେ ୧୧ ରନ କରିଥିବା ବେଳେ ଅଧିନାୟକ ଭାବେ ଭାରତ ପକ୍ଷରୁ ଗୋଟିଏ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସୁନୀଲ ଗାଭାସ୍କର ତାଙ୍କ ପୂର୍ବରୁ ୧୯୭୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୭୩୨ ରନ କରିଥିଲେ । ସେ ସେନା ଦେଶରେ ମଧ୍ୟ ଗୋଟିଏ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବା ଅଧିନାୟକ ହୋଇଛନ୍ତି । ଏବେ ଗିଲଙ୍କ ନଜର ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଉପରେ ରହିଛି ।
ବ୍ରାଡମ୍ୟାନ ଇଂଲଣ୍ଡରେ ଗୋଟିଏ ସିରିଜରେ ସର୍ବାଧିକ ୮୧୧ ରନ ସଂଗ୍ରହ କରିଛନ୍ତି । ଏହି ରେକର୍ଡ ଭାଙ୍ଗିବା ପାଇଁ ମଧ୍ୟ ଗିଲଙ୍କ ନିକଟରେ ସୁଯୋଗ ରହିଛି । ୯୦ ବର୍ଷ ହେବ ଏହି ରେକର୍ଡ କେହି ଭାଙ୍ଗି ପାରି ନାହାନ୍ତି । ଗିଲ ଏହି ସିରିଜରେ ଗୋଟିଏ ଦ୍ୱିଶତକ ଓ ୩ଟି ଶତକ ମାରି ସାରିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଭାରତ ଅନ୍ତିମ ଟେଷ୍ଟରେ ବିଜୟ ହାସଲ କଲେ ସିରିଜ ଡ୍ର ରଖିପାରିବ ।
Comments are closed.