ଭାରତୀୟ କ୍ରିକେଟର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ସର୍ବଦା ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି । ସେ ଏକାକୀ ମ୍ୟାଚର ଗତିପଥ ବଦଳାଇବା ଦକ୍ଷତା ରଖିଛନ୍ତି । ତେବେ ବୁମରାହଙ୍କ ବାରମ୍ବାର ଆଘାତ ସମସ୍ୟା ଦଳକୁ ଅସୁବିଧାରେ ପକାଉଛି । ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବୁମରାହ ୩ଟି ମ୍ୟାଚ ଖେଳିବେ ବୋଲି ସ୍ଥିର ହୋଇଥିଲା । ସିରିଜରେ ୧-୨ରେ ପଛୁଆ ଥିବା ଟିମ ଇଣ୍ଡିଆ ନିର୍ଣ୍ଣାୟକ ମ୍ୟାଚରେ ବୁମରାହଙ୍କ ଉପସ୍ଥିତି ଚାହୁଁଥିଲା । ମାତ୍ର ଏହା ସମ୍ଭବପର ହୋଇ ନ ଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ।
ଅନେକ ପୂର୍ବତନ କ୍ରିକେଟର ଏହାକୁ ଗ୍ରହଣ କରିପାରି ନାହାନ୍ତି । ସେମାନଙ୍କ କହିବା ଅନୁସାରେ ବୁମରାହ ଯଦି ଟେଷ୍ଟ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ ରହୁ ନାହାନ୍ତି ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଏହାଠାରୁ ଦୂରେଇ ରୁହନ୍ତୁ । ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ସହ ଟିମ ମଧ୍ୟ ନିର୍ଭରଶୀଳ ହେବା ଛାଡି ବିକଳ୍ପ ପନ୍ଥା ଆପଣାଇବ । ବୁମରାହ ଯଦି ଟେଷ୍ଟରୁ ଦୂରେଇ ଯିବେ ଅବଶ୍ୟ ବେଶ କିଛି ଦିନ ଦିନିକିଆ ଏବଂ ଟି୨୦ ଖେଳିବା ଜାରୀ ରଖିପାରିବେ । ତେବେ ମୂଖ୍ୟ ସମସ୍ୟା ହେଉଛି ଟିମ ଇଣ୍ଡିଆକୁ ଏ ପର୍ଯ୍ୟନ୍ତ ବୁମରାହଙ୍କ ବିକଳ୍ପ ମିିଳି ପାରି ନାହିଁ । ଅବଶ୍ୟ କୋଚ ଗୌତମ ଗମ୍ଭୀର, ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ଶୁଭମନ ଗିଲ ଏବେ ମନେ ମନେ ବୁମରାହଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଦେଇଛନ୍ତି ।
Comments are closed.