ମୁମ୍ବାଇ: ଦକ୍ଷିଣ ସିନେମାର ସୁପରଷ୍ଟାର ବିଜୟ ସେଥୁପତିଙ୍କ ବିରୁଦ୍ଧରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଯାହାପରେ ସେ ବିବାଦ ଘେରରେ ଫସିଛନ୍ତି।
ତେବେ ଏହିପରି ଗମ୍ଭୀର ଆରୋପ ପରେ ବିଜୟ ନିରବତା ଭଙ୍ଗ କରିବା ସହ ଏହାକୁ ସମ୍ପୂର୍ଣ ଭାବରେ ଅସ୍ବୀକାର କରିଛନ୍ତି। ତାଙ୍କ ଟିମ୍ ଏହି ମାମଲାକୁ ନେଇ ସାଇବର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା କୁହାଯାଇଛି।
ଏହି ଅଭିଯୋଗକୁ ନେଇ ବିଜୟ କହିଛନ୍ତି ଯେ ‘ଯେଉଁମାନେ ମୋତେ ଜାଣିଥିବେ ସେମାନେ କେବେ ହେଲେ ଏହିଭଳି ଗୁଜବ କୁ ବିଶ୍ୱାସ କରିବେ ନାହିଁ ଓ ଏହିପରି ଘୃଣ୍ୟ ଅଭିଯୋଗ ମୋ ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ। ତେବେ ଏହି ସବୁ ଅଭିଯୋଗ ଦ୍ଵାରା ତାଙ୍କ ପରିବାର ଓ ନିକଟତର ବନ୍ଧୁମାନେ ପ୍ରଭାବିତ ହେଉଥିଲେ ମଧ୍ୟ ବିଜୟ ସେମାନଙ୍କୁ ଚିନ୍ତା ନ କରିବାକୁ ମଧ୍ୟ କହିଛନ୍ତି।
ସେହି ମହିଳା ଜଣକ କିଛି ସମୟ ପାଇଁ ନିଜ ଆଡ଼କୁ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିବାରୁ ଏପରି ମିଥ୍ୟା ଅଭିଯୋଗ ଲଗାଇବା କଥା ବିଜୟ କହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଗତ ସାତ ବର୍ଷ ଧରି ସେ ଏପରି କିଛି କିଛି ପରିସ୍ଥିତିର ସାମ୍ନା କରୁଥିଲେ ମଧ୍ୟ କୌଣସି ଜିନିଷ ତାଙ୍କୁ ପ୍ରଭାବିତ କରିପାରି ନାହିଁ।
ତେବେ ରାମ୍ୟା ମୋହନ ନାମକ ଜଣେ ମହିଳା ତାଙ୍କ ଅଭିନେତାଙ୍କ ଉପରେ ଅଭିଯୋଗ ଆଣି ଲେଖିଥିଲେ – କାଷ୍ଟିଂ କାଉଚ୍, ଡ୍ରଗ୍ସ, ମାନସିକ ଶୋଷଣ ଏବଂ ଦୁର୍ବଳ ଲୋକଙ୍କ ପ୍ରତି ଖରାପ ବ୍ୟବହାର କଲିଉଡ୍ରେ ବହୁ ଆଗରୁ ଚାଲି ଆସିଛି।ଏଥିରେ ବିଜୟ ସେଥୁପତି ମଧ୍ୟ ସାମିଲ ଅଛନ୍ତି। ତାଙ୍କ ପରିଚିତ ଜଣେ ଝିଅ ଏହାର ଶିକାର ହୋଇଥିବା ସେହି ମହିଳା ଜଣକ ଅଭିଯୋଗ କରିଛନ୍ତି। ବର୍ତ୍ତମାନ୍ ସେହି ଝିଅ ଜଣକ ରିହାବ ସେଣ୍ଟରରେ ଅଛନ୍ତି ଓ ବିଜୟ ତାଙ୍କୁ କାରଭାନ୍ ଫେଭର୍ସ ପାଇଁ ୨ ଲକ୍ଷ ଏବଂ ଡ୍ରାଇଭ୍ ପାଇଁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ତେବେ ବର୍ତ୍ତମାନ ସେହି ପୋଷ୍ଟକୁ ମହିଳା ଜଣକ ଡିଲିଟ୍ କରିଦେଇଥିବା ସୂଚନା ମିଳିଛି।
Comments are closed.