ନୂଆଦିଲ୍ଲୀ: ଆଜିଠାରୁ ୟୁପିଆଇରେ ଲାଗୁ ହେଲା ନୂଆ ନିୟମ। ପ୍ରଭାବିତ ହେବ ୟୁପିଆଇ ଓ ବ୍ୟାଙ୍କ ନେଣଦେଣ। ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ ହେଲା। ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍ କରିହେବ। ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍ କରିପାରିବେ ବ୍ୟବହାରକାରୀ। ମୁଖମଣ୍ଡଳର ଜରିଆରେ ମଧ୍ୟ ପେମେଣ୍ଟ୍ କରିପାରିବେ। ଅତିରିକ୍ତ ବିକଳ୍ପ ଭାବେ ପିନ୍ ବ୍ୟବହାର କରିପାରିବେ।
ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ୟୁପିଆଇରେ ବାଲାନ୍ସ ଚେକ୍ କରିବା ଠାରୁ ନେଇ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ଓ ବ୍ୟାଙ୍କିଂ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନ୍ତର୍ଭୁକ୍ତ ।
ଜାଣନ୍ତୁ କେଉଁ ସବୁ ନିୟମରେ ଆଜିଠୁ ପରିବର୍ତ୍ତନ ହେବ-
ନୂଆ ମାସରୁ ନୂଆ ନିୟମ। ୟୁପିଆଇ କାରବାରରେ ପରିବର୍ତ୍ତନ ହେବ। ଦିନକୁ ସର୍ବାଧିକ ୫୦ଥର ଯାଏ ବାଲାନ୍ସ ଯାଞ୍ଚ କରିପାରିବେ। ଅଟୋ ପେ କାରବାରରେ କିଛି ପରିବର୍ତ୍ତନ ହୋଇଛି। ନିର୍ଦ୍ଦିଷ୍ଟ ସମୟରେ ଅଟୋ ପେ କାରବାର ହେବ। ୟୁପିଆଇ ପେମେଣ୍ଟ ବିଫଳ ହେଲେ, ସ୍ଥିତି ଯାଞ୍ଚ ପାଇଁ ୩ଟି ସୁଯୋଗ ମିଳିବ। ପ୍ରତ୍ୟେକ ପ୍ରୟାସ ମଧ୍ୟରେ ୯୦ସେକେଣ୍ଡ ସମୟ ଅପେକ୍ଷା କରିବାକୁ ପଡିବ। ବ୍ୟାଙ୍କିଂ ଆଇନ-୨୦୨୫ ଆଜିଠାରୁ କାର୍ଯ୍ୟକାରୀ ହେବ। ଆଜିଠାରୁ କମର୍ସିଆଲ ଗ୍ୟାସ ଦର ହ୍ରାସ ହେବ।
Comments are closed.