ନିକଟରେ ଏକ ସାକ୍ଷାତକାରରେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏକ ବୟାନ ଦେଇଛନ୍ତି । ଯାହାକି ତାଙ୍କ ପ୍ରଶଂସକମାନଙ୍କୁ ବ୍ୟସ୍ତ କରାଇ ପକାଇଥିଲା । ପୂର୍ବତନ ପତ୍ନୀ ତଥା କୋରିଓଗ୍ରାଫର ଓ ଇନଫ୍ଲୁଏନ୍ସର ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ପ୍ରକ୍ରିୟା ବେଳେ ଚହଲ ଭାଙ୍ଗି ପଡିଥିଲେ । ଏପରିକି ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚିନ୍ତା କରୁଥିଲେ । ସେ ସମୟରେ ପ୍ରାୟ ୧ ମାସ ହେବ ମୁଁ ରାତିରେ ବହୁତ କଷ୍ଟରେ ୨ ଘଂଟା ଶୋଇପାରୁଥିଲି ବୋଲି ଚହଲ କହିଛନ୍ତି । ୧୧ ଡିସେମ୍ବର ୨୦୨୦ରେ ଉଭୟ ପରସ୍ପରକୁ ଭଲ ପାଇବା ପରେ ବିବାହ କରିଥିଲେ । ୨୦ ମାର୍ଚ୍ଚ ୨୦୨୫ରେ ଉଭୟଙ୍କ ଛାଡପତ୍ର ହୋଇଥିଲା ।
ଅତ୍ୟଧିକ ମହତ୍ୱକାଂକ୍ଷୀ ହେବା ଯୋଗୁ ଆମ ଭିତରେ ତାଳମେଳ ଠିକ ରହିଲା ନାହିଁ । ଯାହାକି ଏହି ବିବାହ ବିଚ୍ଛେଦର ପ୍ରମୂଖ କାରଣ ବୋଲି ସେ କହିଛନ୍ତି । ସେ ସମୟରେ ମୁଁ ଧନଶ୍ରୀଙ୍କ ସହ ବିଶ୍ୱାସଘାତକତା କରିଛି ବୋଲି ଖବର ପ୍ରକାଶ ପାଇଥିଲା । ଏହା ସତ୍ୟ ନୁହେଁ । ମୁଁ କେବେ ହେଲେ କାହା ସହିତ ବିଶ୍ୱାସଘାତକତା କରି ନାହିଁ । ଏବେ ଚହଲଙ୍କ ଆରଜେ ମହବାଶଙ୍କ ସହ ପ୍ରେମ ସମ୍ପର୍କ ରହିଥିବା ଖବର ପ୍ରକାଶ ପାଉଛି । ସେ ମଧ୍ୟ ପରୋକ୍ଷରେ ଏହା ସ୍ୱୀକାର କରିଛନ୍ତି । ଚେସ ଖେଳାଳୀରୁ କ୍ରିକେଟର ହୋଇଥିବା ଚହଲ ସ୍ପିନ ବୋଲିଂ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
Comments are closed.