Latest Odisha News

BREAKING NEWS

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩୩ ବର୍ଷ ପରେ ଶାହାରୁଖ ଜିତିଲେ ପ୍ରଥମ ନ୍ୟାଶନାଲ ଆଓ୍ୱାର୍ଡ

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ର ବିଜେତା ଘୋଷଣା କରିଛି। ଶାହାରୁଖ ଖାନ ଓ ବିକ୍ରାନ୍ତ ମେସୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ଶାହାରୁଖ ‘ଜଓ୍ୱାନ’ ଓ ବିକ୍ରାନ୍ତ ‘12th Fail’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଉଭୟଙ୍କ ପାଇଁ ଏହା ପ୍ରଥମ ଜାତୀୟ ପୁରସ୍କାର। ରାଣୀ ମୁଖାର୍ଜୀ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି।

କଟହଲ: ଏ ଜ୍ୟାକଫ୍ରୁଟ ମିଷ୍ଟ୍ରୀ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି। ‘ଏନିମାଲ’କୁ ସ୍ପେଶାଲ ମେନସନ ମିଳିଛି। ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ‘ବାଗବନ୍ତ କେସରୀ’ ଘୋଷିତ।

ଶ୍ରେଷ୍ଠ ଅଣ-ଫିଚର ଚଳଚ୍ଚିତ୍ର ‘ଦ ସାଇଲେଣ୍ଟ ଏପିଡେମିକ’। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ‘ଗୁଡ କଲଚର ଏଣ୍ଡ ହ୍ୟୁମାନ’। ଶ୍ରେଷ୍ଠ ସ୍କ୍ରିପ୍ଟ ‘ସନଫ୍ଲାୱାର ଓ୍ୱାର ଦ ଫାର୍ଷ୍ଟ ୱାନସ ଟୁ ନୋ’। ଶ୍ରେଷ୍ଠ ଫିଲ୍ମ କ୍ରିଟିକ ପୁରସ୍କାର ଉତ୍ପଳ ଦତ୍ତଙ୍କୁ।

‘ଜଓ୍ୱାନ’ରେ ଶିଳ୍ପା ରାଓ ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ ସିଙ୍ଗର। ‘ହନୁମାନ’ ଶ୍ରେଷ୍ଠ ଷ୍ଟଣ୍ଟ କୋରିଓଗ୍ରାଫି। ‘ରକି ଔର ରାଣୀ କୀ ପ୍ରେମ କାହାଣୀ’ ଶ୍ରେଷ୍ଠ କୋରିଓଗ୍ରାଫି। ‘ଦ ଫାର୍ଷ୍ଟ ଫିଲ୍ମ’ ଶ୍ରେଷ୍ଠ ନିର୍ଦ୍ଦେଶନା (ଅଣ-ଫିଚର)। ‘ଗିଦ୍ଧ ଦ ସ୍କାଭେଞ୍ଜର’ ଶ୍ରେଷ୍ଠ ସର୍ଟ ଫିଲ୍ମ।

ସେହିପରି ସାମାଜିକ ଓ ପରିବେଶ ମୂଲ୍ୟବୋଧ ପ୍ରୋତ୍ସାହନ ପାଇଁ ‘ଦ ସାଇଲେଣ୍ଟ ଏପିଡେମିକ’ ଶ୍ରେଷ୍ଠ ଅଣ-ଫିଚର ଚଳଚ୍ଚିତ୍ର।

Comments are closed.