Latest Odisha News

BREAKING NEWS

ପିଆଜ ରସକୁ ୨ ସପ୍ତାହ ପର୍ଯ୍ୟନ୍ତ କେଶରେ ଲଗାଇଲେ କଣ ହେବ?

ଭୁବନେଶ୍ବର: ଆଜିକାଲି ଲୋକମାନେ ବହୁତ କମ ବୟସରେ କେଶ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଧଳା କେଶ, କେଶ ଝଡ଼ିବା, କେଶ ପତଳା ହେବା ଏବଂ ରୁପି ହେବା ଇତ୍ୟାଦି। ତେବେ ପିଆଜ ରସ ଏକ ପ୍ରଭାବଶାଳୀ ଉପଚାର, ଯାହା ଆପଣଙ୍କ କେଶକୁ ଅନେକ ଉପାୟରେ ଲାଭ ପ୍ରଦାନ କରେ ।

ପିଆଜରେ କାଟାଲେଜ୍ ନାମକ ଏକ ବିଶେଷ ଏନଜାଇମ୍ ଥାଏ। ଏହି ଏନଜାଇମ୍ ଆମ କେଶରେ ଥିବା ହାଇଡ୍ରୋଜେନ୍ ପେରୋକ୍ସାଇଡ୍ କୁ ଭାଙ୍ଗିଦିଏ। ଏହି ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ଧୀରେ ଧୀରେ କେଶକୁ ଧଳା କରିଦିଏ। ତେବେ ଯେତେବେଳେ ଆପଣ ମୁଣ୍ଡରେ ପିଆଜ ରସ ଲଗାନ୍ତି, ଏହି ପ୍ରକ୍ରିୟା ବିଳମ୍ବ ହୋଇଯାଏ, ଯାହା କେଶ ଧଳା ହେବା ବନ୍ଦ କରିପାରେ।

ସେହିପରି ପିଆଜରେ ପ୍ରଚୁର ପରିମାଣରେ ସଲଫର ଥାଏ। ଏହା ସହିତ, ଆମ କେଶରେ ଥିବା କେରାଟିନ ନାମକ ପ୍ରୋଟିନ ମଧ୍ୟ ସଲଫରରୁ ତିଆରି ହୋଇଥାଏ। ଯେତେବେଳେ ଆମେ କେଶରେ ପିଆଜ ରସ ଲଗାଉ, ଏହା କେଶ ମୂଳକୁ ପୋଷଣ ଦେଇଥାଏ ଏବଂ କେଶକୁ ମଜବୁତ ଏବଂ ଘନ କରିଥାଏ। ଏହା କେଶ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ।

ସୂଚନାଥାଉକି, ୨୦୦୨ ମସିହାରେ ଏକ ଅଧ୍ୟୟନ ମଧ୍ୟ କରାଯାଇଥିଲା। ଏହି ଅଧ୍ୟୟନରେ ଆଲୋପେସିଆ (କେଶ ଝଡ଼ିବା ରୋଗ)ରେ ପୀଡିତ କିଛି ଲୋକଙ୍କୁ ସାମିଲ କରାଯାଇଥିଲା। ପିଆଜ ରସକୁ ଲଗାତାର ୪ ସପ୍ତାହ ପର୍ଯ୍ୟନ୍ତ କେଶରେ ଲଗାଯାଇଥିଲା। ନିର୍ଦ୍ଧାରିତ ସମୟ ପରେ, ଦେଖାଯାଇଥିଲା ଯେ ୭୩% ଲୋକଙ୍କର ନୂତନ କେଶ ଆସିବା ଆରମ୍ଭ ହୋଇଥିଲା। ଏହା ପ୍ରମାଣିତ କରେ ଯେ ପିଆଜ ରସ କେଶ ଝଡ଼ିବା ବନ୍ଦ କରି କେଶ ବୃଦ୍ଧି ଉପରେ ପ୍ରଭାବ ପକାଇପାରେ।

ସେହିପରି ପିଆଜ ରସରେ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଭରପୂର ରହିଛି। ଏହା ମୁଣ୍ଡରେ ଫଙ୍ଗଲ୍ ସଂକ୍ରମଣକୁ ରୋକିଥାଏ ଓ ଡ୍ୟାଣ୍ଡ୍ରାଫ୍ ସମସ୍ୟାକୁ ମଧ୍ୟ ଦୂର କରିପାରିବ।

ପିଆଜ ରସ କିପରି ଲଗାଇବେ?

-ଏଥିପାଇଁ ୧-୨ଟି ପିଆଜର ରସ ବାହାର କରନ୍ତୁ।

-ଏହି ରସକୁ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ।

-୩୦-୪୫ ମିନିଟ୍ ପରେ ହାଲୁକା ସାମ୍ପୁ ସାହାଯ୍ୟରେ ଧୋଇଦିଅନ୍ତୁ।

-ଆପଣ ସପ୍ତାହରେ ୨-୩ ଥର ଏହା କରିପାରିବେ।

Comments are closed.