ରାଜନୀତି ଛାଡ଼ିବେ କି କମଳା ହାରିସ୍; ଏଭଳି ଘୋଷଣା କଲେ
ନୂଆଦିଲ୍ଲୀ: ପୂର୍ବତନ ଆମେରିକୀୟ ଉପରାଷ୍ଟ୍ରପତି କମଳା ହାରିସ୍ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ଏଥିସହ ସେ କାଲିଫର୍ନିଆର ଗଭର୍ଣ୍ଣର ପଦ ସମେତ କୌଣସି ରାଜନୈତିକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି।
ଆମେରିକାରେ ରାଜନୈତିକ ପରିସ୍ଥିତି ବର୍ତ୍ତମାନ୍ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି ଓ ଏହାର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଅସମର୍ଥ ବୋଲି ହାରିସ୍ କହିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଓ ଟେସଲାର ସିଇଓ ଏଲନ ମସ୍କଙ୍କ ଉପରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
ତେବେ କମଳା ହାରିସଙ୍କ ସମେତ ଅନ୍ୟ କିଛି ବରିଷ୍ଠ ଆମେରିକୀୟ ସେଲିବ୍ରିଟି ୨୦୨୪ ମସିହାରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଟଙ୍କା ନେଇଥିବା ଟ୍ରମ୍ପ ଅଭିଯୋଗ କରିଥିଲେ ଯାହାକୁ ନେଇ ସେ ହାରିସଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଏଥିସହ ସେ କହିଥିଲେ ଯେ ଏହା ଆମେରିକା ନିର୍ବାଚନ ଅଭିଯାନର ଆର୍ଥିକ ଆଇନ ଉଲ୍ଲଂଘନ ଅନ୍ତର୍ଗତ ଅଟେ। ଏହାକୁ ନେଇ ବିସ୍ତୃତ ଭାବରେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ସାଇଟରେ ମଧ୍ୟ ଉଲ୍ଲେଖ କରିଥିଲେ।
କେବଳ ଏତିକି ନୁହେଁ ହାରିସ୍ ଗାୟିକା ବିୟୋନ୍ସ, ଟିଭି ହୋଷ୍ଟ ଓପ୍ରା ୱିନଫ୍ରେ ଏବଂ ନାଗରିକ ଅଧିକାର କର୍ମୀ ଅଲ୍ ଶାର୍ପଟନ୍ ଭଳି ତାରକାଙ୍କ ସମର୍ଥନ ପାଇବା ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ହାରିସଙ୍କୁ ଏ ସବୁ ସମର୍ଥନ ସତରେ ମିଳିନଥିଲା ବରଂ ଟଙ୍କା ନେଇ ହାସଲ କରାଯାଇଥିବା ଟ୍ରମ୍ପ କହିଛନ୍ତି। କମଳା ଓ ଅନ୍ୟ ଯେଉଁମାନେ ଟଙ୍କା ନେଇ ଏପରି କରିଛନ୍ତି ସେମାନେ ଆଇନ ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି ଓ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଘୋଷଣା କରିଥିଲେ।
Comments are closed.