Latest Odisha News

BREAKING NEWS

ଯାତ୍ରୀଙ୍କୁ ହଠାତ୍ ଚାପୁଡ଼ା ମାରିଲେ ଅନ୍ୟଜଣେ ଯାତ୍ରୀ, ପ୍ରତିକ୍ରିୟା ରଖିଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଚକିତ ହୋଇପଡ଼ିଛନ୍ତି। ଏହି ଘଟଣାଟି ଇଣ୍ଡିଗୋ ବିମାନର।

ଯେଉଁଠାରେ ଜଣେ ବ୍ୟକ୍ତି ପ୍ୟାନିକ ଆଟାକର ଶିକାର ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ତାଙ୍କ ସିଟରୁ ଉଠି ଉକ୍ତ ଯାତ୍ରୀଙ୍କୁ ଜୋରରେ ଏକ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ୍ ଇଣ୍ଟରନେଟରେ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି। ଯାହା ପରେ ଜଣେ ଏୟାର ହୋଷ୍ଟେସ୍ ରୋଗୀଙ୍କୁ  ସମ୍ଭାଳିବାକୁ ଚେଷ୍ଟା ମଧ୍ୟ କରିଥିଲେ। ତେବେ ଏହିପରି ଅମାନବୀୟ ବ୍ୟବହାର ଦ୍ଵାରା କେବଳ କ୍ରୁ ସଦସ୍ୟ ନୁହେଁ ବରଂ ସହଯାତ୍ରୀମାନେ ମଧ୍ୟ ସେହି ବ୍ୟକ୍ତିଙ୍କୁ ପ୍ରତିବାଦ କରିଥିଲେ।

ତେବେ ଯେଉଁ ବ୍ୟକ୍ତି ଜଣକ ଭିଡିଓ କରୁଥିଲେ ସେ ଯାତ୍ରୀଙ୍କ  ଏପରି କାର୍ଯ୍ୟକୁ କଡା ନିନ୍ଦା କରିଥିଲେ ଓ ଏହାର କାରଣ ମଧ୍ୟ ପଚାରିଥିଲେ। ଯାହାର ଉତ୍ତର ଦେବାକୁ ଯାଇ ଅନ୍ୟ ଯାତ୍ରୀ ଜଣକ କହିଥିଲେ ଯେ ସେହି ବ୍ୟକ୍ତିଙ୍କ ପାଇଁ ଯାତ୍ରୀ ଜଣକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିବା କହିଥିଲେ। ସେଠାରେ ଉପସ୍ଥିତ ଅନେକ ଯାତ୍ରୀ ଏଥିରେ ଅସନ୍ତୋଷ ପ୍ରକାଶ କରି ବ୍ୟକ୍ତିଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ।

ତେବେ ଯାତ୍ରୀଙ୍କ ଏପରି ଅଶାଳୀନ ଆଚରଣ ଆଦୌ  ଗ୍ରହଣୀୟ ନୁହେଁ। ଏବଂ ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଥିବା ମଧ୍ୟ ଇଣ୍ଡିଗୋ କମ୍ପାନୀ ତରଫରୁ କୁହାଯାଇଛି। ଏନେଇ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଏଭିଏସନ- DGCAକୁ ରିପୋର୍ଟ କରାଯାଇଛି। ଆକ୍ରମଣକାରୀଙ୍କୁ “ନୋ-ଫ୍ଲାଇ ଲିଷ୍ଟ”ରେ ରଖାଯିବା ମଧ୍ୟ ସମ୍ଭାବନା ରହିଛି।

 

Comments are closed.