ଦି ଓଭାଲ: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ଶେଷ ଭାଗରେ ତାଙ୍କ ନିକଟରେ ଆଉ ଏକ ବଡ ରେକର୍ଡ ଭାଙ୍ଗିବା ସୁଯୋଗ ରହିଥିଲେ ମଧ୍ୟ ଗିଲ ଏହାକୁ ହାତଛଡା କରିଛନ୍ତି । ସୁନୀଲ ଗାଭସ୍କରଙ୍କ ୫୪ ବର୍ଷ ତଳର ମହାରେକର୍ଡ ସେ ଭାଙ୍ଗି ପାରି ନାହାନ୍ତି । ୧୯୭୧ରେ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷରେ ୭୭୪ ରନ କରି ଇତିହାସ ରଚିଥିଲେ । ଗତ ବର୍ଷ ଯଶସ୍ୱୀ ଜୈସୱାଲ ୭୧୨ ରନ କରି ଏହାର ନିକଟତର ହୋଇଥିଲେ । ଗିଲଙ୍କୁ ଏହି ରେକର୍ଡ ଭଙ୍ଗ କରିବା ପାଇଁ ଅନ୍ତିମ ଇନିଂସରେ ୩୨ ରନର ଆବଶ୍ୟକତା ରହିଥିଲା । ସେ ୧୧ ରନ କରି ଆଉଟ ହୋଇ ଯାଇଥିଲେ ।
ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ୧୦ ଇନିଂସରେ ୭୫.୪ ଆଭରେଜରେ ୭୫୪ ରନ ସଂଗ୍ରହ କରିଛନ୍ତି । ତାଙ୍କର ଏହି ପ୍ରଦର୍ଶନ ଦୀର୍ଘ ଦିନ ଧରି ମନେ ରଖାଯିବ । ଏଥିରେ ଗୋଟିଏ ଦ୍ୱିଶତକ ସହ ୪ଶତକ ସାମିଲ । ଇଂଲଣ୍ଡ ମାଟିରେ ଏସୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏହା ଶ୍ରେଷ୍ଠ ପ୍ରଦର୍ଶନ । ଅଧିନାୟକ ଭାବେ ଗିଲ ୫୨ ବର୍ଷ ତଳର ଗାଭାସ୍କରଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।
Comments are closed.